ସମୟ ଚକରେ ସଂସାର ରଥ
ସମୟ ଚକରେ ସଂସାର ରଥ


ସମୟ ବୁଝେନା ଦିନ ବର୍ଷ ମାସ
ଗଡି ଗଡି ଚାଲିଯାଏ
ଏଜୀବନ ରଥ ତାଳ ମେଳ ଦେଇ
ସଂସାର ରେ ଚାଲୁଥାଏ ।
ସମୟ ଚକ ରେ ସଂସାର ରଥରେ
ନଈପରି ବହିଯାଏ
ଜୀବନ ନୌକା ଭାସି ଭାସି ଯାଇ
କୂଳ ରେ କି ଲାଗିଯାଏ ।
ବଢୁଛି ବୟସ କମୁଚି ଆୟୁଷ
ଚମକୁଛି ଯୌବନ ରୂପ
ରଙ୍ଗ ନେଇ ବହୁଡେନା କେହି
ସାକ୍ଷୀ ମୋର ଜଗନ୍ନାଥ ।
ମିଛ ଏ ସଂସାର ସତ ଏ ଜଗତ
ଧରମ କରମ ସତ
ସଂସାର ରଥରେ ଲାଗିଗଲେ ଚକ
ଅଟକେନା କେବେ ସିଏତ ।
ଜୀବନ ର ରଥ ଚାଲେ ନାହିଁ କେବେ
>
ସ୍ୱାର୍ଥ କୁ ସଜେଇ ସାରଥୀ
ନିଜ ଭାଗ୍ୟ ଡେରି କାଳ ହସ୍ତେ ବନ୍ଧା
ପକାନ୍ତି ହେଳେ ପାସୋରି ।
ଭାବିତବ୍ୟ ଯାହା ଆବଶ୍ୟ ଘଟିବ
କିଏତା କରିବ ଆନ
କିଏ ଅବା ଏହି ଜ୍ୟୋତି ଶୁକ୍ର ପତି
ରୋଧୀବାକୁ ବଳ ବାନ ।
ଏଭବ ସଂସାରେ ସର୍ବାଗ୍ରାସୀ କାଳ
ବାତ୍ୟା କଲେ ଅବିରତ,
ଏହା ଜାଣି ଲୋକେ କେଉଁ ଲାଭ ଆଗେ
କଳହେ ହୁଅନ୍ତି ରତ ।
ଛାଡ ଉଚ୍ଚ ନୀଚ ଭେଦ ଅହଂକାର
ନୀଳାଚଳ ନାଥ ପ୍ରଭୁ
ଶ୍ରୀ ନିବାସ ହେଉ ନୀଳା ଚଳୁଁ ସମତା
ପ୍ରଚାର ପୁରାଇବେ ଆଶା ରଖ ଏବିଶ୍ୱାସ ।
ସଂସାର ରଥରେ ଫେରି ଯିବା
ଦିନେ ପଥ ଥାଉ ଯେତେ ଦୂର..!