STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ସମୟ ବଡ଼ ବଳବାନ

ସମୟ ବଡ଼ ବଳବାନ

1 min
294

କିଏ ଜିତେ କିଏ ହାରେ

   ସମୟ ସାଥିରେ

ସମୟ ହିସାବ ରଖେ

      ଜୀବନ ଦୋ'ଛକିରେ

ସମୟ ବଡ଼ ବଳବାନ

     ଜୀବନ କୁ ଦେଉଛି ଆହ୍ୱାନ

ଜୀବନ କୁ..... ଦେଉଛି ଆହ୍ୱାନ......।

ଦୁର୍ଲଭ ଅମୂଲ୍ୟ ଅଟେ

    ସେ ସମୟ ମୂଲ

ତୁଲ କରିନାହିଁ କେହି

       କରିନି ଅସୁଲ

ଗଡ଼ିଯାଏ ଚକ...... ଜୀବନ ଦାଣ୍ଡରେ

    ତୁଟି ଯାଇ ଅଛି ..... ଜୀବନ ବନ୍ଧନ...

ସମୟ.... ବଡ଼ ବଳବାନ

      ସମୟ ବଡ଼ ବଳବାନ.....।

ହଜିଗଲେ ସମୟ

       ହୁଜିଯାଏ ଅତୀତ

ଭିଜିଯାଏ...... ପିନ୍ଧା ପଣତ

ଖୋଜିବାକୁ ମନ ଚାହେଁ

        ସମୟ ର ପାଦ ଚିହ୍ନ

ଗଡ଼ିଯାଏ ବେଳ...... କାଳର କବଳେ

 ପାହିଗଲେ ରାତି ଆସେ ଅପରାହ୍ନ ସମୟ

       ସମୟ ବଡ଼ ବଳବାନ

ସମୟ ବଡ଼..... ବଳବାନ......।

ଅଦେଖା ସେ ସ୍ମୃତି..... ସମୟ ର କତି

       ବିତିଯାଏ ଜୀବନ ର କୃତି

ସମୟ ସରେନା...... ଜୀବନ ମାନେନା

      ହାରେନା ଜୀବନ...... ଗାଏ ମଧୁଗୀତି

ଭରଷା ଆଶାରେ..... ରହିଛି ନିଶାରେ

   ସମୟ...... ମୋ.... ଅଭୁଲା ଜୀବନ

   ସମୟ..... ବଡ଼ ବଳବାନ

ସମୟ... ବଡ଼ ବଳବାନ........।

ତିନୋଟି ଅକ୍ଷର

      'ସମୟ' ଅଟଇ

ସମୟ ସାରଣୀ

      କିବା ଭାବ ବହି

ମନ କୁ ମନେଇ

         ମାନ ରଖିଥିଲେ

ଲେଖିଦେବ ବନ୍ଧୁ.....  ଅଲିଭା କାଳିରେ

    "ସମୟ ବଡ଼ ବଳବାନ "

ସମୟ........ ବଡ଼..... ବଳବାନ......।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract