ସମୟ ଅପେକ୍ଷା କାରଣ
ସମୟ ଅପେକ୍ଷା କାରଣ
ଆଜିର କାମକୁ ଆଜି କରିଦେଲେ
କାଲି ପାଇଁ ଆଉ ରହେନି;
କାଲି ପାଇଁ ରଖି କାମ ବଢାଇଲେ
ବେଶି କାମ କରି ହୁଏନି ।
ବନ୍ଧୁ ସମୟ ଅପେକ୍ଷା କରେନି ।
ଆଜିର ପାଠକୁ କାଲି ପାଇଁ ପିଲେ
କେବେବି ତୁମେ ରଖନୀ;
ପାଠ ତ ବଢିବ ସମୟ କମିବ
କରିଲେ ବି ତାହା ସରେନି ।
ପିଲେ ସମୟ ଅପେକ୍ଷା କରେନି ।
ରୋଗ ଅଳ୍ପ ଦେଖି ଖାତର ନକରି
ବେଦନାକୁ ସହି ଯାଅନି;
କାଲି ରୋଗ ବଢି ବଡ଼ ରୋଗ ହୋଇ
ବିପଦ ସେ କାହିଁ ହେବନି ।
ବନ୍ଧୁ ସମୟ ଅପେକ୍ଷା କରେନି ।
ସମୟ ପୁର୍ବରୁ ଜାଗାରେ ନଥିଲେ
ରେଳ ବି ଧରା ଦିଏନି
ଗାଡି ନ ଧରିଲେ କାର୍ଯ୍ୟହାନୀ ହୁଏ
ହୁଏ ମଧ୍ୟ ଅର୍ଥହାନୀ ।
ବନ୍ଧୁ ସମୟ ଅପେକ୍ଷା କରେନି ।
ପଥେ ଦୁର୍ଘଟିତ ପଥଚାରୀ ଯଦି
ସମୟେ ଚିକିତ୍ସା ହୁଏନି;
ବିଳମ୍ବ କାରଣୁ ମୃତ୍ୟୁର ଶିକାର
କାହିଁ ପାଇଁ ସିଏ ହେବନି ।
ବନ୍ଧୁ ସମୟ ଅପେକ୍ଷା କରେନି ।
ତୁଣ୍ଡର ଭାଷାକୁ ମଧୁର ରଖିଲେ
ସମ୍ପର୍କ ବିନାଶ ହୁଏନି
ସମ୍ପର୍କ ଭାଙ୍ଗିଲେ ଯୋଡିହୁଏ ନାହିଁ
ଭାଷାର ପ୍ରୟୋଗ କରନି ।
ବନ୍ଧୁ ସମୟ ଅପେକ୍ଷା କରେନି ।
ନିଃସହାୟ ଜନ୍ମ ନିଃସହାୟ ମୃତ୍ୟୁ
ଏକଥା କିଏ ଯେ ଜାଣିନି;
ଏକା ଆସିଅଛ ଏକା ଚାଲିଯିବା
ମିଥ୍ୟାଗର୍ବ କେବେ କରନି ।
ବନ୍ଧୁ ସମୟ ଅପେକ୍ଷା କରେନି ।
