Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Action Others

3  

Anita Dash

Abstract Action Others

ସମୁଦ୍ର

ସମୁଦ୍ର

1 min
261


ହେ ସମୁଦ୍ର !!

କେଡେ ଅଦ୍ଭୁତ ତୁମର ସେ ସମ୍ମୋହନ ଶକ୍ତି !

ଦୂର ଦିଗ ବଳୟର ଆର ପାରିରୁ

ଝାପ୍ସା ଝାପ୍ସା ଦିଶୁଥିବା

ସୁନ୍ଦର ପାହାଡ଼ ପରି

ଖୁବ ଆକର୍ଷଣୀୟ ତୁମେ !

କିଏବା ହେବକି ସରି ତୁମ ସହ ଦାମ୍ଭିକ ପଣରେ !

କାଉଁରିଆ କାଠି ପରି ନଇଁବାର ଶିଖି ନାହଁ ବୋଲି

ତୁମ ସାଥି ଆକାଶଟି କେମିତିକା ନଇଁ ଯାଏ

ତମ ସହ ମିଳନର ପାଇଁ, ସମ୍ପର୍କକୁ ସୁରକ୍ଷିତ କରି !

ଏତେ କାହିଁ ସ୍ୱେଚ୍ଛାଚାରୀ ତୁମେ !

ବୁଝ ନାହିଁ କାର ମନ କଥା !

ତୁମ ସାଥେ ମିଶିବାର ପାଇଁ

ନଦୀଟିଏ ଡେଇଁଥାଏ କେତେ ବନ- ପାହାଡ଼ର ଭୂଇଁ !

କେତେ କେତେ କଠିନସେ ତପସ୍ୟାର ବଳେ

ଲଙ୍ଘିଥାଏ ଅଲଂଘ୍ୟ ଦୂରତା !!

ହେ ସାଗର !

ମତେ ଥରେ କହିବକି ! କହିବକି ମତେ ?

ତୁମ ନିରଙ୍କୁଶ ଶାସନର କ୍ରୁରତାରେ ଦବି

ତୁମ ସାଥି ଆଜି କାହିଁ ଶତତ ବ୍ୟଥିତ !

ଅବଦମିତ ଶାସନରେ ପ୍ରାପ୍ତ ବିଜୟ

କଣ ପ୍ରକୃତ ବିଜୟ ???????

 

  


Rate this content
Log in