STORYMIRROR

Ajaya Mahala

Romance

2  

Ajaya Mahala

Romance

ସମୁଦ୍ର ଦେଖିବା

ସମୁଦ୍ର ଦେଖିବା

1 min
13.4K


ହେ ପ୍ରେୟସି !

ତୁମ ମନ ଅଦ୍ଭୁତ ପ୍ରଶ୍ନୋତ୍ତରୀ ...

ମୋ ମନ ବି ଗୋଟିଏ ବିରାଟ ପ୍ରଶ୍ନ ବ୍ୟାଙ୍କ

ଶୁଖିଲା ପାଖୁଡାଟିଏ

ତା ଭିତରେ ମରି ଯାଇଥିବା ରଙ୍ଗ

ହଜି ଯାଇଥିବା ବାସ୍ନା

ଯେତେ ବି ଭଲ କାହାଣୀ ହେଉ

ପୁରୁଣା ଚଳଚ୍ଚିତ୍ରଟି ଦେଖେ କିଏ ?


ତା ଭିତରର ଅସଂଖ୍ୟ ସୁନ୍ଦର କାହାଣୀ

ଦୌଡ଼ନ୍ତିନି

ନୂଆ ରିଲିଜ ହୋଇଥିବା

ଫିଲ୍ମଟିରେ ଯୌବନର ଉତ୍ଶୃଙ୍ଖଳତା ନେଇ

ପାଉଁଶ ଲୁଚାଇଦିଏ

ଦହକୁ ଥିବା ଦେହର ନିଆଁକୁ

ବୟସର କୁହୁଡି ଲୁଚାଇବ

ମୋ ପ୍ରଣୟର ଶୈଳଦୁର୍ଗକୁ

କି ଅଧିକାର ନେଇ

ପାଚିଲା ଦୁଇ ଖିଅ କେଶ

ହଠାତ ଦସ୍ତଖତ ମାଗି ବସନ୍ତି

ପରାସ୍ତ ନ ହୋଇଥିବା ଜୀବନର

ସନ୍ଧିନାମାରେ

ହାୟ ଯୌବନ !


ବୁଡିଲା ସୂର୍ଯ୍ୟ ସେ

କେତେଦୂର ଘେରି ଆସୁଥିବା ମେଘଙ୍କୁ ରୋକିବ

ଯେତେବେଳେ ସବୁକିଛି ତା ପ୍ରତିକୂଳ

ପାଣି, ପବନ

ପୃଥିବୀର ଆବର୍ତ୍ତନ ବି

ବହୁତ ହୋଇଗଲା କବି

ଏ କଳ୍ପନାବିଳାସ !


ଅନୁଭବ କରିବାର ସମୁଦ୍ରକୁ,

ତା ଦିଗନ୍ତପ୍ରସାରୀ ନୀଳିମାକୁ

ଘରେ ବସି ରହି

ଯଦି ଏବେ ଜାଗିଛି ଇଛା

ସତକୁ ସତ ଛୁଇଁବାକୁ ତାକୁ

ତା'ରି ବେଳାଭୂମିରେ

ବାଲି କାଦୁଅ

ଆଉ ଖଣ୍ଡ ଖଣ୍ଡ ଭଙ୍ଗା ଶାମୁକା ଭିତରେ

ବାହାରି ଆସ

ଏକ ଦମ ଲଙ୍ଗଳା ହୋଇ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance