STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ସମସ୍ୟା ସହିତ ଲଢ଼ି ଜିତିଗଲେ

ସମସ୍ୟା ସହିତ ଲଢ଼ି ଜିତିଗଲେ

1 min
228


ବିନା ସମସ୍ୟାରେ ବିଜୟୀ ହୋଇଲେ ମୁଖେ ଫୁଟେ ସିନା ହସ,

ସମସ୍ୟା ସହିତ ଲଢ଼ି ଜିତିଗଲେ ହୋଇଯାଏ ଇତିହାସ ।


ଦୁଃଖବେଳେ କାନ୍ଦ ଲୁହକୁ ଝରାଏ ଖୁସିରେ ବି ଲୁହଝରେ,

ଦୁଃଖଲୁହ ସିନା କୋହ ଆଣିଥାଏ, ଖୁସିରେ ହୃଦୟ ଥରେ ।


ଆକାଶର ତାରା ଚିକିମିକି କରେ ଜହ୍ନଠାରୁ ବଡ଼ ସିଏ,

ଜହ୍ନ ଛୋଟହେଇ ସଭିଙ୍କର ମାମୁ ଶୀତଳ ଜ୍ୟୋଚ୍ଛନା ଦିଏ ।


ତୁଳସୀ ଗଛଟି ଗୁଳ୍ମ ହୋଇଲେ ବି ପୂଜାପାଏ ଗୁଣପାଇଁ,

କେତେ ବଡ଼ଗଛ ଅଛନ୍ତି ବଣରେ ଖୋଲା ଆକାଶକୁ ଚାହିଁ ।


ହାତୀ ଆଉ ସାପ ବଣରେ ରହନ୍ତି ସାପ କେତେ ଛୋଟ ସତେ,

ବିଷଧର ବୋଲି ସଭିଏଁ ଡରନ୍ତି ଭୟ ଜାତକରେ ଚିତ୍ତେ ।


ଗଦାର ପ୍ରହାର ହାଡ଼ ଭାଙ୍ଗିଦେଇ ଥରକରେ ମାରିଦିଏ,

କଟୁକଥା ବିଷ ହୃଦୟକୁ ଚିରି ସବୁଦିନ ମାରୁଥାଏ ।



Rate this content
Log in

Similar oriya poem from Inspirational