STORYMIRROR

Sunanda Mohanty

Romance

2  

Sunanda Mohanty

Romance

ସ୍ମୃତିର ସଂଜ୍ଞା ଅନେକ

ସ୍ମୃତିର ସଂଜ୍ଞା ଅନେକ

1 min
134

ମେଘରାତି ଡେଇଁ ସ୍ମୃତିସବୁ ଓଦା ହୋଇ ମୋ ଅଗଣା ରେ ପଡିଥିଲା ଯେବେ ବିଛାଇ ତାର ସବୁ ଛିଟା, ସବୁ ହେଇଗଲା ଓଲଟା ପାଲଟା.ମେଘ ସବାରୀରେ ବର୍ଷା ପାଲିଙ୍କିରେ ସ୍ମୃତି ର ଗଜରା ଅସରା ପସରା, ଲାଗୁଥିଲା ସେତ ଭାରି ମିଠା. ଜହ୍ନରୁ ଚୋରାଇ ଅଳସୀ ଜୋଛନା ତାରା କୁ ଲୁଚେଇ ହୃଦୟ ବେଦନା, ମୁଁ ଖୋଜୁଥିଲି ସ୍ମୃତିକୁ ମୋହର, ବୁଲି ବୁଲି ସେଇ ନଈ ପଠା. କଇଁ ଅଭିମାନେ ବାସନ୍ତିକା ଆଗମନେ ଶୀତୁଆ ସଂଜରେ ତମାଳ କୁଞ୍ଜରେ, ଅଭିସାରେ ଅଭିସାରିକାର ଅୟୁତ ଆଖିରେ ନିୟୁତ ଯୁଗର ଛଟା. ତୁ ମୁଁ ସେ ସଭିଏଁ ଏଠାରେ ନିଶ୍ୱାସ ବିଶ୍ୱାସ ଭିତରେ ଖୋଜୁଛୁ କେତେ କୁହୁକ ମିଠା, ସ୍ମୃତି ରୁ ସାଉଁଟି, ଫିଟାଇ ସେ ଗଣ୍ଠି, କିଏ କହେ ସ୍ମୃତି ଅଣଲେଉଟା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance