Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ସ୍ମୃତିର ସାଗର ତୀରେ

ସ୍ମୃତିର ସାଗର ତୀରେ

1 min
203



ଫଗୁଣ ଆସିଲା ମଳୟ ବହିଲା

ମିଳିଲାନି ତୁମ ଦେଖା

ଦେଖ କେଉଁପରି ସ୍ମୃତିର ନଈରେ

ଭାସୁଛି ମୁଁ ଏକା ଏକା I


ସାଗର ବେଳାରେ ଲେଖି ଦେଇଥିଲି

ତୁମରି ନାଆଁକୁ ଦିନେ

ଜୋଛନାରେ ଭିଜି ବେଳାଭୂମି ସାରା

ଖୋଜୁଖିଲି ମନେ ମନେ I


ଆଷାଢ ଶ୍ରାବଣ ଭାଦ୍ରବ ଆଶ୍ୱିନ

ଗୋଟେପରେ ଗୋଟେଆସି

ଲିଭାଇଦେଲେ ସେ ନାଆଁକୁ ତୁମର

ହରିନେଲେ ମୋର ଖୁସି I


ଏକାନ୍ତରେ ଆଜି ସାଗର ସୈକତେ

ଆଙ୍କୁଛି ତୁମର ଛବି

କାହିଁକି ଫଗୁଣ ଛୁଇଁଲାନି ମୋତେ

ମରୁଛି ମୁଁ ଭାବି ଭାବି I

      


Rate this content
Log in