STORYMIRROR

Sambit Kar

Romance Tragedy

3  

Sambit Kar

Romance Tragedy

ସ୍ମୃତିର ଓଜନ

ସ୍ମୃତିର ଓଜନ

1 min
414

ତୁମ ସଙ୍ଗଠାରୁ ତୁମ ସ୍ମୃତି

କାଇଁ ଲାଗେ ବେଶୀ ନିଜର,

ଆଦ୍ୟ ସନ୍ଧ୍ୟାର ଝାପସା ଅନ୍ଧାର ଲେସା 

ତୁମ ସ୍ମୃତି ଗୁଡା ମୋତେ କରିଚାଲେ

ରକ୍ତାକ୍ତ, କ୍ଷତ ବିକ୍ଷତ ।


ତୁମେ ଅଛ ମୋ ପାଖେ

ହେଲେ ପୌଷ ରାତି ପରି,

ରୁକ୍ଷ ତୁମ ଆତ୍ମୀୟତାର ସଂଘାତେ

ସ୍ୱାଭିମାନ ମୋର

ହୃତ, ସ୍ତବ୍ଧ ଚକିତ ।


ଋତୁ ଚକ୍ରରେ ପରିବର୍ତ୍ତନ ବୁଝି ହୁଏ

କିନ୍ତୁ ଯାହା ବୁଝି ହୁଏ ନାହିଁ,

ସିଏ ହେଲା ତୁମ ସ୍ମୃତିର ଓଜନରେ

ତୁମେ ଆଜି ମାନସପଟଳରୁ

ଲୁପ୍ତ, ମୁଁ ଭୃଲୁଣ୍ଠିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance