ସ୍ମୃତିର ଓଜନ
ସ୍ମୃତିର ଓଜନ
ତୁମ ସଙ୍ଗଠାରୁ ତୁମ ସ୍ମୃତି
କାଇଁ ଲାଗେ ବେଶୀ ନିଜର,
ଆଦ୍ୟ ସନ୍ଧ୍ୟାର ଝାପସା ଅନ୍ଧାର ଲେସା
ତୁମ ସ୍ମୃତି ଗୁଡା ମୋତେ କରିଚାଲେ
ରକ୍ତାକ୍ତ, କ୍ଷତ ବିକ୍ଷତ ।
ତୁମେ ଅଛ ମୋ ପାଖେ
ହେଲେ ପୌଷ ରାତି ପରି,
ରୁକ୍ଷ ତୁମ ଆତ୍ମୀୟତାର ସଂଘାତେ
ସ୍ୱାଭିମାନ ମୋର
ହୃତ, ସ୍ତବ୍ଧ ଚକିତ ।
ଋତୁ ଚକ୍ରରେ ପରିବର୍ତ୍ତନ ବୁଝି ହୁଏ
କିନ୍ତୁ ଯାହା ବୁଝି ହୁଏ ନାହିଁ,
ସିଏ ହେଲା ତୁମ ସ୍ମୃତିର ଓଜନରେ
ତୁମେ ଆଜି ମାନସପଟଳରୁ
ଲୁପ୍ତ, ମୁଁ ଭୃଲୁଣ୍ଠିତ ।।

