STORYMIRROR

Sambit Kar

Others

3  

Sambit Kar

Others

ସେ ମୁଁ ଆଉ ଶୂନ୍ୟତା

ସେ ମୁଁ ଆଉ ଶୂନ୍ୟତା

1 min
237

ମୁଁ ଶୂନ୍ୟ ମୁଁ ହିଁ ପୂର୍ଣ୍ଣତା 

କେବେ ମୃତ୍ୟୁ ତ କେବେ ପୁଣି ଅମରତ୍ୱରେ

ଜୀଵିତ ତୋ ପ୍ରତିଟି ସ୍ମୃତିରେ ମୁଁ ।।


ମୁଁ ଯାତନା ପୁଣି କେବେ ଆଶ୍ୱାସନା 

କେବେ କୃତ୍ୟ ପୁଣି କେବେ ଅକୃତ୍ୟରେ 

ଜୀବିତ ତୋ ପ୍ରତିଟି ପ୍ରତାରଣାରେ ମୁଁ ।।


ଆଜିବି ମୁଁ କାଲିବି ମୁଁ

କେବେ ଅନ୍ତ ପୁଣି କେବେ ଆରମ୍ଭରେ 

ଜୀଵିତ ତୋ ପ୍ରତିଟି ସ୍ପନ୍ଦନ ରେ ମୁଁ ।।


ଆହତ କେବେ ଅନାହତ ମୁଁ

ରୁଦ୍ଧ କେବେ ପୁଣି କେବେ ଉନ୍ମୁକ୍ତରେ

ଏକାକୀ ଛିଡା ତୋ ପ୍ରତିଟି ପଥରେ ମୁଁ ।।


କେବେ ପିଶାଚ ତ କେବେ ଦେବଦୂତ ମୁଁ

ବାସ୍ତବତାରେ କେବେ ପୁଣି କେବେ ଛଳନାରେ

ତୋ ରଙ୍ଗମଞ୍ଚର ସବୁଠୁ ଛୋଟ ଚରିତ୍ରରେ ମୁଁ।।


କେବେ ନିବେଦ୍ୟ ତ କେବେ ନିବେଦନରେ ମୁଁ

ସମୁଦ୍ରର ବିଶାଳତାରେ ତ କେବେ ଶିଶିରର କ୍ଷୁଦ୍ରତାରେ

ସଦା ଉଜ୍ଜୀବିତ ତୋ ହୃଦୟର ଅନ୍ଧାର କୋଣରେ ମୁଁ ।।



Rate this content
Log in