STORYMIRROR

Chittaranjan Nanda

Romance Tragedy Others

4  

Chittaranjan Nanda

Romance Tragedy Others

ସ୍ମୃତି

ସ୍ମୃତି

1 min
354


ମନେ ପଡେ, ନିଶବ୍ଦରେ କେମିତି 

ପାଦ ଚିପି ଚିପି ଆସ

ହସ ନୟନରେ ତୁମେ ଲୁଚି ଆସି 

ପାଖେ ଲାଜେଇ ବସ ।୧।


ପ୍ରୀତିର ମହକ ଭରା, ସେ ପବିତ୍ର 

ପୀରତି ଭାବ ପ୍ରବଣରେ 

ସାଥିରେ ମିଶ ଆସି ଜହ୍ନ ରାତିର 

ଖୋଲା ମଧୁ ଜୋଛନାରେ ।୨।


ତୁମ ମିଠା ମଧୁ ଜ୍ୟୋତ୍ସ୍ନା ଢାଳ ଏଇ 

ମୋର ଶୁଷ୍କ ଜୀବନରେ 

ଅନ୍ତର ଭିତରୁ ଦିଏ ଆନନ୍ଦେ ଗୁଲାଲ 

ଚୁମାଟି ତୁମ ଗାଲରେ ।୩।


ଵଣ ଜଂଗଲ ଓ ନଈର ଢେଉରେ ଗାଉ

ଥାଏ ପ୍ରେମ ଗାଥା

ମିଶିଯିବା ପାଇଁ ଆଖିରେ ଓ ଅନ୍ତରରେ 

ରହେ ଆହ୍ୱାନର ବ୍ୟଥା ।୪।


ଝୁରୁଛି ତୁମର ପ୍ରୀତିକୁ ଆଜି ମୁଁ ନାହଁ 

ପାଶେ, ତୁମରି ବିଛେଦରେ,

ଝୁରୁଛି ମୁଁ ନିତି, ଅଛି କିନ୍ତୁ ତୁମର ସେ 

ମୁଚୁକୁନ୍ଦି ହସ ମନ ସ୍ମୃତିରେ ।୫।


ସେଇ ସ୍ମୃତି ତ ଧାଇଁ ଆସେ ବାରମ୍ବାର 

ମୋର ସ୍ବପ୍ନ ସହରକୁ, 

ବିକଳରେ ମନେ ମନେ ଭାବେ କିପରି 

ତୁମକୁ ସାଉଁଟିବାକୁ ।୬।


ବତୀ ଲିଭିଗଲା ପରେ ସେହି ରାତି 

ଜହ୍ନର ଦିବ୍ୟ ଜୋଛନା, 

ମନେ ପଡେ ମଲ୍ଲୀ ଶେଫାଳି ହେନା 

ଫୁଲ ର ବାସନା ।୭।


ତନ୍ମୟରେ ଖୋଜେ ମୁହିଁ ତୁମକୁ 

କେବେ ପ୍ରଚଣ୍ଡ ଖରାରେ

କେବେ ପୁଣି ଭେଟିବି ଶ୍ରାବଣର 

ଅବିରତ ବରଷା ଧାରାରେ ।୮।


ସପନରେ ରଙ୍ଗୁଆ ହୁଏ କେବେ 

ଫଗୁଣର ଫଲ୍ଗୁଧାରାରେ

ସତେ କି ମିଶିବା କେବେ ପୁଣି ଶୀତ 

ରାତିର କାକର ଭିଜାରେ ।୯।


ହୁଏ ମତୁଆଲା ପ୍ରକୃତିର ବସନ୍ତର 

ମତୁଆଲା ପରିବେଶରେ

ନାଚିଥାଏ ମୁହିଁ ତୁମର ପ୍ରେମର 

ଅନାବିଳ ପ୍ରୀତି ପୁଲକରେ ।୧୦।


ହେ ମୋ ପ୍ରେୟସୀ, ତୁମେ ଅଛ 

ମୋ ନିଃଶ୍ୱାସ ପ୍ରଶ୍ୱାସରେ

ପ୍ରତିଟି ସନ୍ଧ୍ୟା କଟୁଛି ମୋର, ମୁଁ 

ଅଛି ତୁମର ପ୍ରତୀକ୍ଷାରେ ।୧୧।

 

ସେ ସମସ୍ତ ମନୋରମ ଦୃଶ୍ୟକୁ 

ଧରିଛି ମନ ମଧ୍ୟେ ତୋଳି 

ଆସିବ ନିଶ୍ଚିତ, ଅଛି ମୋ ବିଶ୍ୱାସ, 

ଏତିକି ତ ମୋର ଅଳି ।୧୨।



Rate this content
Log in

Similar oriya poem from Romance