STORYMIRROR

Aishwarya Mishra

Tragedy Children

4  

Aishwarya Mishra

Tragedy Children

ସ୍ମୃତି

ସ୍ମୃତି

1 min
160

ସ୍ମୃତି ତୁମେ, ଅବଚେତନ ମନର

ଆକସ୍ମିକ ଉନ୍ମାଦନା 

ନୀରବ ରାତିର କୋଳରେ ସାଇତା

ତାରାଫୁଲ ଚୂନା ଚୂନା ।


ରଜ ପରବରେ ଲୋକଗୀତ ସୁରେ

ତରଙ୍ଗାୟିତ ଦୋଳନ

ସବୁଜ କ୍ଷେତରୁ ଭାସି ଆସୁଥିବା

ଲଘୁ ସଂଗୀତର ଗାନ ।


ରୋଷେଇ ଘରର ଚୁଲିମୁଣ୍ଡେ ଜଳି

ମହକିତ ପୋଡ଼ପିଠା 

ମାଆ ହାତରନ୍ଧା ଆରିସା, କାକରା

କ୍ଷୀରି ,ପୁରି ଆଉ ମିଠା ।


ଘନ ଜଙ୍ଗଲରୁ ଭାସି ଆସୁଥିବା

ଜୀବଜନ୍ତୁଙ୍କ ଚିତ୍କାର

ଅତି ଆଦରର ପକ୍ଷୀ ମାନଙ୍କର

କିଚିରି-ମିଚିରି ସ୍ବର ।


ସ୍ମୃତି ତୁମେ, ଭିଜା ଭିଜା ଶ୍ରାବଣର 

ଓଦା ଓଦା ମାଟି ବାସ୍ନା

ବସନ୍ତ ମଳୟେ, ମୋହନ ସମୀର

ପ୍ରେମମୟ ମଧୁ ତୃଷ୍ଣା ।


ଚପଳାମି ଭରା ଅଫେରା ଶୈଶବ 

ଜେଜେ ମା'ଙ୍କ କଥା ପେଡ଼ି

ସମୟ ସ୍ରୋତରେ ଛାଡ଼ି ଆସିଥିବା

ଅଭୂଲା ସିଲଟ ଖଡି।


କଣ୍ଟକିତ ଏଇ ଜୀବନର ପଥେ 

କେବେ ଖରା କେବେ ଛାଇ

ମନ ଅଗଣାରେ ଖେଳ ଲୁଚକାଳି

ଧରା କେବେ ଦିଅ ନାହିଁ ।


ସ୍ମୃତି ତୁମେ , ଭଙ୍ଗା ହୃଦୟ ରାଇଜେ

ଅତୀତର ମୁକୁରିକା

ବିଜନ ବେଳାରେ ତୁନି ତୁନି ଆସି

ଭିଜାଅ ମୋ ଆଖି ପତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy