STORYMIRROR

Sagar Kumar Parida

Abstract Others

3  

Sagar Kumar Parida

Abstract Others

ସ୍ମୃତି

ସ୍ମୃତି

1 min
248

ସ୍ମୃତି ପଟେ ଆଜି ଅତୀତର କଥା

ଗୋଟି ଗୋଟି ମନେ ପଡେ,

ପିଲା ଦିନ ମୋର ଥିଲା କି ସୁନ୍ଦର

ଖେଳୁଥିଲି ଖେଳ କେତେ।।

ସାଙ୍ଗସାଥୀ ମାନେ ଆସୁଥିଲେ କେତେ

ଘରେ ହେଉଥିଲେ ମେଳି,

ଜେଜେମା ପାଖରୁ ଶୁଣୁଥିଲି ଗପ

ଜ୍ଞାନର ଅମୃତ ପେଡି।।

ଯାଇଛି ସେ କାଳ ଆସିଛି ଏ ବେଳ

ହୋଇଯାଇଅଛୁ ବଡ଼,

ଜୀବନରେ ସଦା କର୍ମ ବ୍ୟସ୍ତ ରହି

ହେଉ ଡହଳ ବିକଳ।।

ଖରାବେଳଟାରେ ଗାଁ ଆମ୍ବତୋଟାରେ

ଲାଗୁଥିଲା ରଜଦୋଳି,

ଖେଳୁ ଥିଲେ ଦୋଳି ରଜର ଆଗମେ

ବାଲିକାଏ ସର୍ବେ ମିଳି।।

ବିଭିନ୍ନ ପର୍ବରେ ସଭିଏଁ ଆମେରେ

ପିଠା ପଣା ଖାଉ ମିଶି,

ଅଷ୍ଟପ୍ରହରୀ ନାମ ଯଜ୍ଞ ହେଲେ

ହରିନାମ ଥାଉ ଘୋଷି।।

ବଡ଼ ଲୋକଙ୍କର ସ୍ନେହ ଶ୍ରଦ୍ଧା ଭାବ

ସ୍ମୃତି ଆଜି ମୋ ପାଇଁ,

ଆରେ ବାପା ତୁହିଁ ଆସିଚୁ କେଦିନ

ଆଜି କେ ପଚାରେ ନାହିଁ।।

ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ବଳରେ

ଆଗେଇଚୁ ସିନା ଆମେ

ମୋ ସ୍ମୃତି ପଟରେ ରହିଅଛି ସଦା

ଅତୀତର ସ୍ମତି ମାନେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract