STORYMIRROR

Subrat Malik

Fantasy Thriller Others

3  

Subrat Malik

Fantasy Thriller Others

ସ୍ମୃତି

ସ୍ମୃତି

1 min
208

ସ୍ମୃତି ,

ତୁମେ କେବେ ଶୀତ ସକାଳର ସୁନେଲି ଖରା

ପୁଣି କେବେ ଗ୍ରୀଷ୍ମର ନିଦାଘ ତାତି ।।

ସ୍ମୃତି,

ତୁମେ କେବେ ପୂର୍ଣ୍ଣ ଚନ୍ଦ୍ରମୀରେ ସାଜ ଅଭିସାରିକା

ପୁଣି କେବେ ଅକସ୍ମାତ ଧୋକାବାଜ ପ୍ରେମିକା ।।

ସ୍ମୃତି,

ତୁମେ କେବେ ଗୋଧୂଳି ସନ୍ଧ୍ୟାର ମଲ୍ଲୀ ମହକ

ପୁଣି କେବେ ବାସ୍ନାହୀନ ବସନ୍ତର ଅଂଶ ।।

ସ୍ମୃତି,

ତୁମେ କେବେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଆକାଶର ଛାତିରେ

ପୁଣି କେବେ ବିବର୍ଣ୍ଣ ଅବିର ଫାଲଗୁନ ମାସରେ ।।



Rate this content
Log in

Similar oriya poem from Fantasy