STORYMIRROR

pawan Mohakul

Inspirational

4  

pawan Mohakul

Inspirational

ସ୍ମୃତି

ସ୍ମୃତି

1 min
398

ପୁରୁଣା ବରଷ ସରିଗଲା

ରାଗ ଋଷା ସବୁ ପଛରେ ଛାଡ 

ନିସଭ୍ୟାସ ସବୁ ପଛରେ ପକାଇ

ଆଗକୁ ଆଗକୁ ବଢ।

ଅତୀତ ରେ ଯେତେ ଭୁଲ କରି ଅଛ

ଭୁଲ୍ ଗୁଡ଼ିକୁ ସଜାଡ

ଭୁଲ୍ ଗୁଡ଼ିକୁ ସଜାଡି ପାରିଲେ 

ସମ୍ଭାଳି ପାରିଲେ ଆସିଲେ ଝଡ଼ ।

ପୁରୁଣା ବର୍ଷର ଡାଇରୀ ପୃଷ୍ଠା କୁ 

ତନ ତନ କରି ଟିକିଏ ପଢ଼ 

ଭଲ କଥା ସବୁ ପାଖରେ ରଖି

ଖରାପ ଅଭ୍ୟାସ କୁ ଛାଡ ।

ନୂଆ ବରଷ ରେ ନୂଆ ଭାବ ନେଇ

ସତ୍ ପଥ ରେ ଆଗକୁ ବଢ଼

ଭଲ ମଣିଷ ଟିଏ ହେବା ପାଇଁ

ମନର ଭିତରେ କରନ୍ତୁ ଦୃଢ଼ ।

ତୁମ ଚଲା ପଥ କୁସୁମିତ ହେଉ

ଏତିକି ପ୍ରଭୁଙ୍କୁ ପ୍ରାଥନା ଜଣାଉଛି

ନୂତନ ବର୍ଷର ଅଭିନନ୍ଦନ ଜଣାଇ

ମୁଁ ପୱନ୍ ରହୁଛି....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational