STORYMIRROR

Sunanda Mohanty

Abstract Fantasy Thriller

3  

Sunanda Mohanty

Abstract Fantasy Thriller

ସ୍ମୃତି

ସ୍ମୃତି

1 min
146

ସ୍ମୃତି ଏକ ମଲ୍ହାର 

ଟୋପା ଟୋପା ଟପକି ପଡୁଥିବା ଟୋପେ ଲୁହ ।


ସ୍ମୃତି ଏକ ଗଜଲ 

ଚିପା ଚିପା ଛପି ଥିବା ଚୁପୁଡା ଚିମୁଟେ କୋହ ।


ସ୍ମୃତି ଏକ ଗଜରା 

ଫୁଲେ ଫୁଲେ ଫଗୁଣର ଫୁଳମତୀ ମୋହ ।


ସ୍ମୃତି ଏକ ଗିତୀଗୁଛ 

ଝର ଝର ଝରା ଶ୍ରାବଣର ଝାଉଁବଣ ଓହୋ ।


ସ୍ମୃତି ଏକ ଜହ୍ନରାତି 

ପ୍ରୀତି ଭାରେ ଭରା ତାତି ହାତଠାରି କହେ ରୁହ ।


ସ୍ମୃତି ଏକ ରାଗିଣୀ 

ଗଣି ଗଣି ତାରାଫୁଲ ଗାଉଣାରେ ପିକ କୁହୁ ସୁଅ ।


ସ୍ମୃତି ଏକ ଏମିତି ମୋତି 

ଶାମୁକାର ହୀରା ଲୀଳା ମାଣିକ ଭିତରେ ରହିଥାଅ ।


ସ୍ମୃତି ଏକ ବାହାନା 

ବଞ୍ଚି ବିଞ୍ଚି ବୁଣିବାକୁ ଜୀବନର ମାୟା ଆଉ ମୋହ ।


ସ୍ମୃତି ଏକ ଗୋଲାପ ଫୁଲ 

ନୀତି ଫୁଟି ନୀତି ଝରି କହେ ବଂଚିବାର ସ୍ୱାଦ ଶିଖିଥାଅ ।


ସ୍ମୃତି ଏକ ଜହ୍ନି ଫୁଲ 

ରଙ୍ଗ ରଙ୍ଗେ ରଙ୍ଗାୟିତ ରଙ୍ଗୋଲିର ଚମତ୍କାର ଦେହ ।


ସ୍ମୃତି ଏକ ଅମାନିଆ 

ମଳୟ ବଳୟ ଭିତରେ ବସନ୍ତର ବାସନ୍ତୀକା ସ୍ନେହ ।


Rate this content
Log in

Similar oriya poem from Abstract