STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ସ୍ମୃତି

ସ୍ମୃତି

1 min
189

ସ୍ମୃତି ଏମିତି ଫୁଲ ଆକାଶ ସେପଟେ 

ଗାଁ ସହର ଆରପଟେ ଫୁଟେ 

ସ୍ମୃତି ଏମିତି ମଲାଜହ୍ନ ଜହ୍ନିଫୁଲ  

ସମୁଦ୍ର ସେପାରି ଦିଗବଳୟ ଗୋଟେ 

ସ୍ମୃତି ଏମିତି ଶାମୁକା ତା ଭିତରେ ମୋତିଟେ 

ସେ ମୋତିର ରଙ୍ଗ ଜୀବନେ ଫାଳେ କି ଚଉଠେ 

ସ୍ମୃତି ପୁଣି ମନ ବିବେକ ନଈ ତୁଠେ 

ଅଚିହ୍ନା ପଣତ ଭିତରେ ମାର ମମତା ଛୁଟେ 

ସ୍ମୃତି ବୋଧେ ଶିଳାଲିପି ଭରା ଦଦରା କାନ୍ଥଟେ 

କାହା ମୁଁହ ଫଗୁଣ ତ କାହା ମୁଁହ ଆଇନା ପ୍ରତିଛବିଟେ 

ସ୍ମୃତି ପୁଣି କାରୁକାର୍ଯ୍ୟ ପୂର୍ଣ୍ଣ ମଉଳା ଫୁଲ ଡ଼େମ୍ଫଟେ 

ଅତର୍କିତ ମୁହୂର୍ତ୍ତର ସାୟାର୍ହ୍ନ ବେଳାଟେ 

ସ୍ମୃତି କେବେ ପେଜୁଆ ଆଖିତଳ ଅବୟବ ଗୋଟେ 

ସଂଖ୍ୟାର ଗୁଣନ ହରଣ ଭିତରୁ ବୋଧେ ପଟେ 

ସ୍ମୃତି ନିଶ୍ଚୟ ଗନ୍ତାଘର ତୋଳେ କବାଟଟେ 

ଡେଇଁ ସାତ ସମୁଦ୍ର ନଈ ଦେଖେ ଫାଙ୍କ ବାଟେ 

ସ୍ମୃତିର ନାରଙ୍ଗୀ ରଙ୍ଗ ମାଖି ସ୍ମୃତି ନିଜେ ଛଟପଟେ 

ଇନ୍ଦ୍ରଧନୁ ଦେଖିବାକୁ ମନ ବି ଆକଟେ 

ସ୍ମୃତି ଗୋଟେ ଖିଏ ସୂତା ବନ୍ଧନ ଅତୁଟେ 

ସ୍ମୃତି ବି ଆଗ୍ନେୟଶୀଳା ଜୀବନର ଗୋଟେ ପଟେ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract