STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ସ୍ମୃତି"

"ସ୍ମୃତି"

1 min
210

ସ୍ମୃତି ସିଏ ମୋର ଫୁଲର ଫଗୁଣ

ଚହଟ ଚାନ୍ଦିନୀ ରାତି

ସ୍ମୃତି ସିଏ ମୋର ହଜିଲା ଦିନର

ମନ ଭୁଲାଣିଆ ପ୍ରୀତି

ସ୍ମୃତି ସିଏ ମୋର ଧୂଳିଖେଳ ଘର

ବୁଢ଼ୀ ଅସୁରୁଣୀ ଗପ

ସ୍ମୃତି ସିଏ ମୋର ଗାଆଁ ଚାଟଶାଳୀ

ନରୁ ଅବଧାନ ବେତ

ସ୍ମୃତି ସିଏ ମୋର ଅସୁମାରୀ ସ୍ୱପ୍ନ

ଭିଜା ଭିଜା ଜହ୍ନରାତି

ସ୍ମୃତି ସିଏ ମୋର ଭରା ଯଉବନ

କାମ ବାସନାର ତାତି

ସ୍ମୃତି ସିଏ ମୋର ଅଙ୍ଗେଲିଭା କଥା

ମନ ଆଇନାରେ ଥିବ

ସ୍ମୃତି ନୁହଁ ମୋର ଆଖୋଜା ଅଲୋଡ଼ା

ଅଦିନରେ ଝଡି ଯିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract