ସ୍ମୃତି
ସ୍ମୃତି
ସିନ୍ଦୁର ସିନ୍ଥିରେ ଦେଇ ସିନ୍ଦୁରା ଫାଟିଲା
ସ୍ମୃତି ଚହଲି ଗଲା
ଗୋଲାପ କଣ୍ଟାରେ କ୍ଷତାକ୍ତ ଛାତିରୁ
ଅଞ୍ଚଳେ ରକ୍ତ କି ପଡିଲା
ବିଦଗ୍ଧ ପ୍ରାଣରେ ପ୍ରେମ ମଦିରାର
ପିଆଲା ଭାଙ୍ଗିଗଲା
କର୍ତ୍ତବ୍ୟ ଜଞ୍ଜାଳ ପଶାପାଲିରେ
ନବବଧୂ ନାଲି ନାଲି ବାସିଲା
ପାଦରେ ପାଉଁଜି ଆଖିର କଜ୍ଜ୍ଵଳେ
ସ୍ମୃତି ଅଳ୍ପ ଅଳ୍ପ ଘାରୁଥିଲା
ଅଳତା ଗାରେ ଓ କୁଙ୍କୁମ ଧାରେ
ଚନ୍ଦନ ମହକିଲା
ଅତୀତ ଗଲାଣି ଅତୀତ ବାଟରେ
ସ୍ମୃତି ମହକେ ମାଦକତା ନଥିଲା
ପେଡ଼ିରେ ସାଇତି ଦେଇ ସେ ମଲା ସ୍ମୃତି
ହସିବାକୁ ହେଲା
କାହାର କଣ ଗଲା କିଏ ବା ପଚାରୁଛି ଏଠି
ସ୍ମୃତି ସୌଧ ତୁଚ୍ଛା ଲାଗିଲା
ଆଜି କଥା କାଲିକୁ ନାହିଁ,ଦିଘଡିଜୀବନରେ
ସ୍ମୃତି ଫିକା ରଙ୍ଗ ମାଖିଲା
ଝୁଂଟେ ଉଠେ ମାଠି ମୁଠି ପାଠ ଶାଠେ
କିଏ କେତେ ରଙ୍ଗିଲା
ସ୍ମୃତି ସୌଧର ସାରଣୀ ଗଣି ଗଣି ଛାଉଣୀ
ଆଖି ପାଣି ଆଖିରେ ମଲା
ସିନ୍ଦୁର ମହକେ ଧୂପ ଦୀପ ଚନ୍ଦନ ସୁଗନ୍ଧେ
ଆଗକୁ ବଢିବା ସାରମର୍ମ ହେଲା
ତଥାପି ସ୍ମୃତି ଫୁଲ ମରୁ ମରୁ ବଞ୍ଚୁ ବଞ୍ଚୁ
ଚଞ୍ଚୁରେ ଚଞ୍ଚୁ ଘଷୁଥିଲା ।
