STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସ୍ମୃତି

ସ୍ମୃତି

1 min
320

ସିନ୍ଦୁର ସିନ୍ଥିରେ ଦେଇ ସିନ୍ଦୁରା ଫାଟିଲା 

ସ୍ମୃତି ଚହଲି ଗଲା 

ଗୋଲାପ କଣ୍ଟାରେ କ୍ଷତାକ୍ତ ଛାତିରୁ 

ଅଞ୍ଚଳେ ରକ୍ତ କି ପଡିଲା 

ବିଦଗ୍ଧ ପ୍ରାଣରେ ପ୍ରେମ ମଦିରାର

ପିଆଲା ଭାଙ୍ଗିଗଲା 

କର୍ତ୍ତବ୍ୟ ଜଞ୍ଜାଳ ପଶାପାଲିରେ 

ନବବଧୂ ନାଲି ନାଲି ବାସିଲା 

ପାଦରେ ପାଉଁଜି ଆଖିର କଜ୍ଜ୍ଵଳେ 

ସ୍ମୃତି ଅଳ୍ପ ଅଳ୍ପ ଘାରୁଥିଲା 

ଅଳତା ଗାରେ ଓ କୁଙ୍କୁମ ଧାରେ 

ଚନ୍ଦନ ମହକିଲା 

ଅତୀତ ଗଲାଣି ଅତୀତ ବାଟରେ 

ସ୍ମୃତି ମହକେ ମାଦକତା ନଥିଲା 

ପେଡ଼ିରେ ସାଇତି ଦେଇ ସେ ମଲା ସ୍ମୃତି 

ହସିବାକୁ ହେଲା 

କାହାର କଣ ଗଲା କିଏ ବା ପଚାରୁଛି ଏଠି 

 ସ୍ମୃତି ସୌଧ ତୁଚ୍ଛା ଲାଗିଲା 

ଆଜି କଥା କାଲିକୁ ନାହିଁ,ଦିଘଡିଜୀବନରେ 

ସ୍ମୃତି ଫିକା ରଙ୍ଗ ମାଖିଲା 

ଝୁଂଟେ ଉଠେ ମାଠି ମୁଠି ପାଠ ଶାଠେ 

କିଏ କେତେ ରଙ୍ଗିଲା 

ସ୍ମୃତି ସୌଧର ସାରଣୀ ଗଣି ଗଣି ଛାଉଣୀ 

ଆଖି ପାଣି ଆଖିରେ ମଲା 

ସିନ୍ଦୁର ମହକେ ଧୂପ ଦୀପ ଚନ୍ଦନ ସୁଗନ୍ଧେ 

ଆଗକୁ ବଢିବା ସାରମର୍ମ ହେଲା 

ତଥାପି ସ୍ମୃତି ଫୁଲ ମରୁ ମରୁ ବଞ୍ଚୁ ବଞ୍ଚୁ 

ଚଞ୍ଚୁରେ ଚଞ୍ଚୁ ଘଷୁଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract