STORYMIRROR

Prasanna kumar sahu

Abstract

4  

Prasanna kumar sahu

Abstract

ସ୍ମୃତି

ସ୍ମୃତି

1 min
238


ସ୍ମୃତି ପରା ଏକ

ଅଭୁଲା ଚିହ୍ନ ଟି

ଖୁସି ଅବା ଦୁଃଖ ହେଉ,

ସଦା ହୃଦୟ ରେ

ଅଲିଭା ନିଆଁ ସେ

ଜଳି ଥାଏ ଦାଉ ଦାଉ।


ସୁଖ ର ସ୍ମୁତି ଟି

ଦିଏ ଯେ ଆନନ୍ଦ

ସଦା ହୃଦୟ ରେ ରହି,

ଅବା ଦହି ଥାଏ

ଅନ୍ତର କୁ ସଦା

ବିରହ ବେଦନା ଦେଇ।


ସ୍ମୃତି ଅଟେ ସିଏ

କାହା ପାଇଁ କିସ

କାହା ପାଇଁ ଯେ ଅମୃତ,

କାହା ପାଇଁ ପୁଣି

ଜହର ଅଟଇ

କଷ୍ଟ ଦିଏ ସେ ନିରତ।


ସ୍ମୃତି ଦିଏ ପୁଣି

କାହାକୁ ପ୍ରେରଣା

କାହାର ପ୍ରଗତି ରୋଧେ,

ସ୍ମୃତି ଦିଏ ପୁଣି

ଆନନ୍ଦ ହୃଦୟେ

ପୁଣି ହୃଦୟକୁ ବାଧେ।


ସ୍ମୃତି ଫଳା ଫଳ

ନୁହଇ ସମାନ

ଜଗତେ ସବୁରି ପାଇଁ,

କାହା ପାଇଁ ସିଏ

ଗୋଲାପର ଫୁଲ

ତା ' ର କଣ୍ଟା କାହା ପାଇଁ।


ସ୍ମୃତି କାହା ପାଇଁ

ନୀଳ ଜହ୍ନ ଟିଏ

ଶୀତଳ କିରଣ ଢାଳେ,

ସ୍ମୃତି କାହା ପାଇଁ

ଅଟଇ ଜହର

ସେ ଜ୍ୱାଳାରେ କିଏ ଜଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract