ସ୍ମୃତି
ସ୍ମୃତି
ସ୍ମୃତି ଏକ ଅଭୁଲା ଦିନର
ସୁନ୍ଦର ଅତିଥି ,ସ୍ମୃତି ||
ସ୍ମୃତି ଏକ ଝଡି ବରଷାର
ଭିଜା ଭିଜା ମାଟି ,ସ୍ମୃତି ||
ସ୍ମୃତି କେବେ ସୁନେଲି ସକାଳ
କଳା କିଟି ମିଟି ରାତି ||
ସ୍ମୃତି କେବେ ପୁରୁଣା ଦିନର
ପ୍ରିୟା ଦେଇଥିବା ଚିଠି ||
ସ୍ମୃତି କେବେ ବରଷା ଛିଟାରେ
ବହି ଆସୁଥିବା ମାଟି ||
ସ୍ମୃତି କେବେ ମନର ଫରୁଆ
ଆତୁର ସେ ମହୁମାଛି ||
ସ୍ମୃତି କେବେ ପିଲା ଦିନର ସେ
ରାଗ ରୁଷା ପୁଣି କଟି ||
ସ୍ମୃତି କେବେ ବାଲିଘର ଆଉ
ଇସ୍କୁଲର ଖେଳଛୁଟି ||
ସ୍ମୃତି ଏକ ଶୀତୁଆ ସଞ୍ଜର
ଅଭୁଲା ଅଲିଭା ସାଥି ||

