ସ୍ମୃତି
ସ୍ମୃତି
1 min
365
ସ୍ମୃତିର ସାଗରେ ଖୋଜୁଥିଲି ମୁଁ
ମୋତିର ଶାମୁକା ଟିଏ
ସାଗର କୂଳରେ ପାଇଲି ତୋତେ ମୁଁ
ପାଗଳ ସେଦିନୁ ହୁଏ
ମୋତି ସିନା ମିଳେ ଶାମୁକା ଗର୍ଭରୁ
ତୁ ମିଳିଲୁ ସାଗର କୂଳରେ
ମୋତି ସିନା ରୁହେ ସିନ୍ଦୁକ ଭିତରେ
ତୁ ରହିଲୁ ମୋ ହୃଦୟରେ
ମୋତି ଠାରୁ ଅଟୁ ଅତି ମୂଲ୍ୟବାନ
ପ୍ରିୟା ତୁ ମୋ ଜୀବନରେ
ସାଇତି ରଖିବି ପ୍ରିୟା ତତେ ମୁହିଁ
ସବୁ ଜନ୍ମ ହୃଦୟରେ