ସ୍ମୃତି
ସ୍ମୃତି
ବୈଶାଖର ଝଡ ଝଞ୍ଜା ,
ଜ୍ୟେଷ୍ଠ ତପ୍ତ ଧରା ମରୁଭୂମିରେ
ମରିଚିକା ତୁମ ସ୍ମୃତି
ତୁମେ ତ ନଥିଲ ।
ଆଶାଢର କିଆ ବଣ
ଶ୍ରାବଣର ଧାରା ବର୍ଷାରେ
ଭିଜେ ନିତି ସେଇ ସ୍ମୃତି
ତୁମେ ପରା ନ ଥିଲ ।
ଶରତ୍ ଇନ୍ଦୁର ରୂପେଲି ଜ୍ୟୋସ୍ନା
କଅଁଳ ଘାସରେ କାକର ବିନ୍ଦୁ
ଚିକ୍ ମିକ୍ କରେ ତୁମ ସ୍ମୃତି
ତୁମେ ଯେ ନ ଥିଲ ।
ଫଗୁଣର ମୃଦୁ ମଳୟ
ବଉଳ ଫୁଲର ବାସ୍ନା
ମହକିଲା ସେଇ ସ୍ମୃତି
ତୁମେ ଯେ ନଥିଲ ।