STORYMIRROR

SUJATA DAS

Romance

2  

SUJATA DAS

Romance

ସ୍ମୃତି

ସ୍ମୃତି

1 min
131

ସ୍ମୃତି ତୁମେ ମୋର

ଫଗୁଣ ସଞ୍ଜର

ଅଭିଆଡ଼ି ମଧୁ ଜ୍ୟୋତ୍ସ୍ନା

ଗୋଧୂଳି ଲଗ୍ନର

ଧୂଳି ଧୂସରିତ

କୁଆଁରୀ ମନର ତୃଷ୍ଣା.


ତୁମେ ନୀଳ କଇଁ

ମାନସ ସାଗରେ

ପ୍ରୀତି ଅନୁରାଗ ଯୁକ୍ତା

ଅଭିମାନେ ଭରା

ଚିର ସ୍ରୋତା କେବେ

ପ୍ରଣୟ ପିୟୁଷ ଯୁକ୍ତା.


ଶୀତ ସକାଳ ର

କାକର ବିନ୍ଦୁରେ

ଉଦ୍ଭାସିତ ରୀତି ମୁକ୍ତା

ଲୁହର ପିଆଲା

ସ୍ନେହେ ମତୁଆଲା

ଭାବ ସ୍ରୋତେ ଅନୁରକ୍ତା.


ନିଶବ୍ଦ ପ୍ରହରେ

ବିରହ ଝଙ୍କାରେ

ତୁମେ ମିଠା ମଧୁ ଲଗ୍ନା

ଭାବ ତରଙ୍ଗିନୀ

ହୃଦୟ ସଙ୍ଗିନୀ

ଅତୀତର ମିଠା ବାସ୍ନା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance