STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ସ୍ମୃତି

ସ୍ମୃତି

1 min
189

ସ୍ମୃତି ଏକ ରୁପା ଜହ୍ନ 

ସ୍ମୃତି ଏକ ସୁନା ଜହ୍ନ 

ସ୍ମୃତିରେ ଅଛି ଦହନ 

ପୁଣି ସ୍ମୃତିରେ ଗୁନ୍ଥା ଜୀବନ 

ସ୍ମୃତି ରୁପା ଫରୁଆ ଟେ 

ସ୍ମୃତି ଝରା ଶେଫାଳୀ ଗୋଟେ 

ସ୍ମୃତି ଶ୍ରାବଣ ଭିଜା ରାତି 

ସ୍ମୃତି ଫଗୁଣ ଗୀତି 

ସ୍ମୃତି ବସନ୍ତ ପ୍ରୀତି 

ସ୍ମୃତି ଆଣେ କେତେ ସ୍ମୃତି 

ସ୍ମୃତି ପୁଣି ମଲାଜନ୍ହ 

ଚଇତିରେ ଚକୋରେ ଭୀତି 

ସ୍ମୃତି ପୁଣି ଅମାବାଶ୍ୟା ଅନ୍ଧାର ରାତି 

ସ୍ମୃତି ବି ଦରଫୁଟା କଢିର ପ୍ରେମ ଗୀତି 

ସ୍ମୃତି ମନେ ପକାଏ ସୁନା ଝରା ଦିନ ସାଥୀ 

ସ୍ମୃତି ଆଣେ ମଳୟ ଭରି ତାତି 

ସ୍ମୃତି ଆଣେ ସପନ ବିତି ଯାଇଥିବା ପ୍ରତିଶ୍ରୁତି 

ସ୍ମୃତି ବି ଶେଷ ପାହାନ୍ତି 

ସ୍ମୃତି ଆଣେ ଅତୀତ ବର୍ତ୍ତମାନ ଭବିଷ୍ୟତ 

ସ୍ମୃତି ର ନାହିଁ ଇତି ।


Rate this content
Log in

Similar oriya poem from Abstract