STORYMIRROR

Rajakishore Mundi

Romance Tragedy

3  

Rajakishore Mundi

Romance Tragedy

ସ୍ମୃତି ତୁମେ

ସ୍ମୃତି ତୁମେ

1 min
167

ସ୍ମୃତି ତୁମ ମନେପଡେ ମୋର

         ସଞ୍ଜ ଆଉ ସକାଳ ରେ

               ପ୍ରତିଟି ରାତିର ପାହାନ୍ତି ପ୍ରହରେ

                     ମାେ ଆଶା ଓ ଆକାଂକ୍ଷା ରେ !୧!

ଭାବନାରେ ଚାଲି ଆସ ତୁମେ

           ଶାନ୍ତ ନିସ୍ତବ୍ଦ ସମୟରେ

                  ପ୍ରଜାପତି ସାଜି ମାେ ବଗିଚାରେ

                         ଶୀତୁଆ କିରଣରେ!୨!

ସ୍ମୃତି ତୁମ ମନେ ପଡେ ମୋର

          କ୍ଳାନ୍ତ ଓ ଅଶାନ୍ତ ମନରେ

              ପୂର୍ଣ୍ଣିମା ରାତିର ପାହାନ୍ତି ପ୍ରହରେ

                       ମାେ ସ୍ୱପ୍ନର କୁହୁଡିରେ!!୩!!

ପ୍ରତିଟି ମୁହୂର୍ତ୍ତ ବିତି ଯାଏ ମୋର

          ତୁମରି ସ୍ମୃତିର ଗିତେ

                ପ୍ରତି ରାତି ମୋର ଆନନ୍ଦ ଉଲ୍ଲାସେ

                        ତୁମରି ସପନେ ବିତେ!!୪!!

ପଗୁଣର ଚିତା ଦେଇ ଥିଲ ବିଞ୍ଚି

         ମାେ ମନର ହୃଦୟରେ

                ଭୁଲି ପରୁ ନାହିଁ ଭୁଲି ପାରିବିନି

                        ତୁମକୁ ଏ ଜୀବନରେ !!୫!!

ଭାବିଥିଲି ମନେ ତୁମ ପାଇଁ ମୁଁ

           ତୋଳି ଦେବି ବାଲି ଘର

                 ନିମିଷକେ ଅଦିନିଆ ଝଡ଼

                        ଭାଙ୍ଗି ଦେଲା ସ୍ବପ୍ନ ମୋର!୬!

ସ୍ବପ୍ନ ମୋର କାହିଁ ଚୁନା କଲ

          କିବା ଦୋଷ ଥିଲା ମୋର

                 କାହିଁ ତୁମେ ଛାଡ଼ି ଚାଲି ଗଲ ।

                          ହୃଦୟକୁ ଭାଙ୍ଗି ମୋର!୭

ଝୁରୁଛି ମୁଁ ଆଜି ଝୁରୁଛି ଫଗୁଣ

          ତୁମ ରୂପ ଲାବଣ୍ୟ ରେ

                ରହିଛି ରହିବି ଚାହିଁ ତୁମପାଇଁ

                       ତୁମ ବାଟ ଅପେକ୍ଷାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance