STORYMIRROR

Sunanda Mohanty

Action Inspirational Children

3  

Sunanda Mohanty

Action Inspirational Children

ସ୍ମୃତି ଓ ରଜ

ସ୍ମୃତି ଓ ରଜ

1 min
125

ନଇଧାରେ ବସି ଚହଲା ପାଣିରେ

ଅତୀତ ଦୃଶ୍ୟ ରାଜି

ଗୋଟେ ପରେ ଗୋଟେ ଚଳଚିତ୍ର ପରି

ମାନସ ପଟରେ ଭିଜି

ଗୋଡ଼ିଟିଏ ଫିଙ୍ଗି ପାଣି ଭିତରକୁ

ତରଙ୍ଗରେ ତାର ମଜ୍ଜି

ଦେଖିଲି ମୋ ପିଲାଦିନ ରଜ ପର୍ବ

ପଟୁଆର ରାଜି

ଅତୀତ ଗଲାଣି ଇତି ହୋଇ

ବର୍ତ୍ତମାନ ହୁଏ ହେଜି

କେତେ ଯେ ତଫାତ ଭାଇଚାରା ପ୍ରୀତି

ଗ୍ରାମ୍ୟ ଜୀବନ ଭୋଜି

ଶିଉଳିରେ ପାଦ ଖାସାଇଲି ଜାଣି ଶୁଣି

ବୋଧହୁଏ ଏଇ ଜୀବନର ରାଜି

ନୂଆ ଓ ପୁରୁଣା ଭିତରେ ସାମ୍ୟ ବୈଷମ୍ୟ

ଭିତରେ ମୁଁ ଯାଏ ହଜି

ଆଜି କଥା କେବେ କାଲିକୁ ନଥିବ

ମୋଡ ବଦଳିବା ସାର କାଜି

ସବୁଥିରେ ଅଛି ଭଲ କିଛି ଭେଲ

ଦୀପ ଦିଏ ମୁଁ ତେଜି

ପୁରୁଣାକାଲିଆ ଭାବନା ଦୂର୍ଭାବନା ଭିତରେ

ନିଜେ ହୋଇଯିବା ମାଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action