ସ୍ମୃତି ନଦୀ ତୀରେ ଭ୍ରମୁଛି ପ୍ରବାସୀ
ସ୍ମୃତି ନଦୀ ତୀରେ ଭ୍ରମୁଛି ପ୍ରବାସୀ
ସନ୍ଧ୍ୟା ଆଗମନେ ବାହୁଡିଲେ ଧେନୁ
ଚଷା ଫେରିଲେଣି ଘରକୁ
ଗାଈଆଳ ଟୋକା ବଇଁଶୀ ବାଇଲା
ଦେଖି ଅସ୍ତଗାମୀ ଶୋଭାକୁ ।
ବାଦଲ ଉହାଡୁ ଜହ୍ନ ଉଇଁଲାଣି
ହରସେ ଚାହିଁକି କଇଁକୁ
ନରମି ସରମେ ସାରୁଅଛି ସ୍ନାନ
କଇଁଯିବ ରାତି କୁଞ୍ଜକୁ ।
ଭକତ ଗହଳ ଲାଗିଲା ମନ୍ଦିରେ
ଆଦରି ସାଆନ୍ତ ସେବାକୁ
ଗତି ମୁକ୍ତିଦାତା ଜଗତ କରତା
ବରିଲେ ଆଳତୀ ଘେନାକୁ ।
ନବ ଦମ୍ପତିଙ୍କ ଉଲ୍ଲସିତ ମନ
ଅପେକ୍ଷା ରାତିର ପ୍ରୀତିକୁ
ସ୍ମୃତିନଦୀ ତୀରେ ଭ୍ରମୁଛି ପ୍ରବାସୀ
ଘେନି ମାତୃଭୂମି ମୋହକୁ ।
