STORYMIRROR

Santosh Pattnayak

Inspirational

3  

Santosh Pattnayak

Inspirational

ସମର୍ପଣ

ସମର୍ପଣ

1 min
13.8K


କୃପା ନିଧାନ ହେ ତୁମରି ବିଧାନେ

  ଭରସାକି ଜୀବନକୁ !!

ତୁମରି ନିର୍ଦ୍ଦେଶେ କଲା କର୍ମ ସବୁ

  ସମର୍ପି ଦେଲି ତୁମକୁ.....


ସମର୍ପଣେ ଭାବ କଲି ଭାବଗ୍ରାହୀ

  ହର ମୋ ଅଜ୍ଞାନତାକୁ,

ଅଜର ଅମର ଇଛୁନାହିଁ ମୁହିଁ

  ଆଶ୍ରା ଖାଲି ଶ୍ରୀ ପୟରକୁ...


ମରମର କଥା ମରମେ ମରିଲା

  ଶରଣଟା ସାର ହେଲା

ଦରଶନ ପାଇଁ ଭାବେ ଅଛି ଚାହିଁ

  ତବକୃପା କିବା ନୋହିଲା !!


ଆକୁଳିତ ଅଶ୍ରୁ ପରାଣ ବିନୟେ

  ତୁମରି ପ୍ରତୀକ୍ଷା କଲା

ମମଇଛା ପୂର୍ଣ୍ଣ କରହେ ଠାକୁରେ

  ସମର୍ପଣେ ଶିର ନଇଁଲା.....


     - ସନ୍ତୋଷ ପଟ୍ଟନାୟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational