STORYMIRROR

Susmita Patel

Romance

2  

Susmita Patel

Romance

ସମର୍ପିତ

ସମର୍ପିତ

1 min
425


ଏ ମୁଁ ତ୍ବ ରେ

ମୁଁ କୁ ଖୋଜିବାର

ପ୍ରୟାସରେ ତୁ ।

ତୁ କହ

ତୁ ସତରେ କ'ଣ

ମୋ ଭିତରେ କେବଳ

ମୁଁ କୁ ଦେଖିଛୁ

ନା ମୁଁ କୁ ଦେଖିବା ଆଳରେ

ମୋଠି ସମର୍ପିତ !!


ମୁଁ ଅଛି

ଗଗନରେ,ପବନରେ

ଆକାଶ,ପାତାଳରେ

ତୋ ନିଃଶ୍ବାସ, ବିଶ୍ବାସ ରେ

ଓଁକାର ରେ ।

ମୁଁ ତୋର ସମର୍ପିତ !!


ଥରେ ଭଲକରି ଦେଖ

ମୁଁ ହଜିବା ଆଗରୁ

ତୋତେ ମୋ ଭିତରେ ହଜେଇଦେଖ୍

ମୋ ଆଲିଙ୍ଗନ କୁ

ତୁବିତ ଆଲିଙ୍ଗନ କରି ଦେଖ୍ ।

କାରଣ ତୋ ଆଲିଙ୍ଗନ ପାଇଁ

ମୁଁ କେବେଠୁ ଆତୁର ।


ଏଠି ତୁ ଚିରିହେଲେ

ମୁଁ ରକ୍ତାକ୍ତ

ତୁ ଫୋଡିହେଲେ ମୁଁ କ୍ଷତାକ୍ତ

ତୁ ଲୁହ ଝରାଇଲେ

ମୁଁ ଲବଣାକ୍ତ

ଆଉ ତୁ ହାତ ଟେକିଦେଲେ

ଆଶ୍ଚର୍ଯ୍ୟ!!!

ମୁଁ ମୋତେ ଖୋଜୁଛି କେବଳ !!


ତୁ ମୁକ୍ତ

ମୋତେ ନେଇ

ସମର୍ପି ପାରୁ ସର୍ବସ୍ଵ

ଆଉ ତୋ ବିନା

ମୁଁ ମୋତେ ଖୋଜୁଛି କେବଳ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance