ସ୍ମରଣେ ସ୍ମରଣୀୟ
ସ୍ମରଣେ ସ୍ମରଣୀୟ
ପୁରୁଷୋତ୍ତମ
ଉଚ୍ଚ ବିଦ୍ୟାଳୟ ରତାଇ
ମନେ ପଡ଼ିଗଲେ
ଶବ୍ଦ ତନ୍ତ୍ରୀରେ
ଶିରା ଧମନୀରେ
ହାଲୁକା ଶିହରଣ
ଖେଳିଯାଏ ସାଇଁ ସାଇଁ ।
ମନ ମଗଜକୁ ଆସି ଯାଆନ୍ତି
ଧଳା ପୋଷାକରେ
ଲମ୍ବା ମଣିଷଟିଏ
ସୁଠାମ ସୁନ୍ଦର ତନୁବଲ୍ଲରୀ
ଜ୍ଞାନର ଗନ୍ତାଘର
ଆଦର୍ଶ ଶିକ୍ଷକ ନୀଳକଣ୍ଠ ସାରେ ।
ବହି ନ ଦେଖି
କହି ଚାଲନ୍ତି ଅନର୍ଗଳ
ଆମେ ସବୁ ମୌନୀ ପିଲାମାନେ
ପିଇ ଚାଲୁ ଜ୍ଞାନାମୃତ କଳ କଳ
ଅପଲକ ମୁଦ୍ରାରେ
ଚେତନ ଅଚେତନ ଅବଚେତନ ଭଙ୍ଗୀରେ
ଗୁରୁ-ଶିଷ୍ୟ ପରମ୍ପରାରେ ଛଳ ଛଳ ।
ସର୍ବଜ୍ଞ ଜ୍ଞାନମଣ୍ଡଳାଧିଶ୍ଵର
ସବୁ ବିଷୟରେ
ଗଣିତ ବିଜ୍ଞାନ ଭଳି କଷ୍ଟସାଧ୍ୟ ବ୍ୟାପାର
ଅତି ସହଜରେ
ଦ୍ୱି-ଚକ୍ର ଯାନରେ ସମୟାନୁବର୍ତ୍ତିତା
ଅନୁଶାସନର ବତିଘର
ଛାତ୍ର ଛାତ୍ରୀ ଅଭିଭାବକ ମହଲରେ
ଆଦୃତ ଖଣ୍ଡମଣ୍ଡଳରେ ।
ମୋ ଜୀବନ ସରଣୀରେ
ପ୍ରଥମ ପର୍ଯ୍ୟାୟ
ଆଗକୁ ବଢିବାରେ ପଢିବାରେ
ବ୍ୟକ୍ତିତ୍ଵ ଗଢିବାରେ
ଆଦ୍ୟ ସହାୟ ।
ତୁମରି ସାଦର ସ୍ମରଣେ
ମହାଶୟେଷୁ ବରଣେ
ମାନନୀୟେଷୁ ଚରଣେ
ଚର୍ମଚକ୍ଷୁ ଦ୍ଵୟ ଶରଣେ
ଲୋତକାପ୍କୁତ ଭରଣେ
ପାଦପଦ୍ମେ ଅବିରତ ଭଣେ
ଅଜ୍ଞାନ ଅକିଞ୍ଚନ ଜଣେ ।
ଆହେ ଜଗତ କରତା ବିଶ୍ଵବିଧାତା
ଯୁଗେ ଯୁଗେ ଆଲୋକବର୍ତ୍ତିକା
ଗୁରୁଜୀ ନୀଳକଣ୍ଠ
ଶ୍ରଦ୍ଧାଜୀ ବାଣୀକଣ୍ଠ
ନମାମୀ ଜ୍ଞାନକଣ୍ଠ
ଗୁରବେ ଆଦର୍ଶକଣ୍ଠ
ଜନ ମନ ତନ୍ତ୍ରେ ଅମର ରହିବେ
ଯାବତ୍ ସୂର୍ଯ୍ୟ ଚନ୍ଦ୍ର ଆଖ୍ୟାୟିକା ।