STORYMIRROR

Papu parida

Classics Others

3  

Papu parida

Classics Others

ସମ୍ରାଟ ବସନ୍ତ

ସମ୍ରାଟ ବସନ୍ତ

1 min
226


ଝୁଲି ଝୁଲି ଆସେ ସମ୍ରାଟ ବସନ୍ତ

        ସବୁ ପ୍ରତୀକ୍ଷାର କରିଦେଇ ଅନ୍ତ।

ପୃଥିବୀ ଭ୍ରମଣେ ଆସିଲ କି ଧାଇଁ

        ପ୍ରକୃତି ମା ଯେ ହେଉଛି ସଜେଇ।

ତୁମ ପଛେ ପଛେ ମଳୟ ପବନ

        ତୁମରି ଝଙ୍କାରେ ରୋମାଞ୍ଚୀତ ମନ।

ତରାଟ,ଟଗର, ପଳାଶ,ଶିମିଳି

        ଆଣିଛ ସାଙ୍ଗରେ ପୁଷ୍ପଙ୍କର ମେଳି।

ଶୀତର କାକର ବର୍ଷା ବାରିପାତ

         ତୁମ ଆଗମନେ ଛାଡିଲେ ଜଗତ।

କୋଇଲିର କୁହୁ ଆମ୍ବର ବଉଳ

         ଶୋଭାଯାତ୍ରା ତୁମ ଜଗତେ ବିରଳ।

ଆଣିଛ ଯେ ପୁଣି କେତେ ହୋଲି ରଙ୍ଗ

        ମାଧୁର୍ଯ୍ୟତା ଭରା ସେ ଦୋଳ ମୃଦୁଙ୍ଗ।

ଜାଗରର ରାତି ଆଣିଛ ଯେ ତୁମେ

         କଟିଯିବ ରାତି ମହାଦେବ ନାମେ।

ସପ୍ତଋତୁ ମଧ୍ୟେ ଅଟ ତୁମେ ଶ୍ରେଷ୍ଟ

          ତୁମ ଆଗମନ କରେ ପରିପୃଷ୍ଟ।

ଶୋଭାଯାତ୍ରା ତୁମ କେଡେ ମନୋହର

         ଯିବ ଯଦି ଯାଅ ଶୀଘ୍ର ତୁମେ ଫେର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics