ସମ୍ପୂର୍ଣତା
ସମ୍ପୂର୍ଣତା
ଯେବେ ଇଚ୍ଛାକର
କୌଣସି ସ୍ତ୍ରୀ କୁ ପ୍ରେମ
ସର୍ବଦା ଏକ ପିତା ହେବାକୁ
ଚେଷ୍ଟାକର
ଗୋଟେ ପ୍ରେମଭରା ଚୁମ୍ବନ
ତା ମଥାରେ,
ମସ୍ତକ ଉପରେ ପ୍ରେମଭରା ହାତ
ଆଶୀର୍ବାଦ ରେ ଭରପୁର
ଆଲିଙ୍ଗନ ଭରା ଝୁଡିଏ ବିଶ୍ୱାସ
ଭରିଦିଏ ତା ମନରେ
ଏକ ଅଦ୍ଭୁତ ବିଶ୍ୱାସ
ସମସ୍ତ ବିପଦ ଭରା ସମୟ ତୁମର
ଆସିବା ପୂର୍ବେ ତା ପାଶେ
ସେ ତୁମ ଜୀଵନର କୁନି ପରୀ ସମାନ
ବୟସରେ ସମସ୍ତ ପାହାଚେ
ନାରୀର ସମସ୍ତ ପ୍ରେମ...., ମମତା, ସ୍ନେହମୟୀ
କାଳଜୟୀ ଦିଶେ ତା ଅସ୍ତିତ୍ବ ଭିତରେ
ସମସ୍ତ ସମୟ ର ଅସପୂର୍ଣତା ଭିତରେ
ସେ ଆପଣଙ୍କ ପାଇଁ ସର୍ବଗୁଣା ସମ୍ପୂର୍ଣତାର
ସେ ଆଧାର.
