STORYMIRROR

Debabrata Mishra

Abstract Action Classics

4  

Debabrata Mishra

Abstract Action Classics

ସମ୍ପୂର୍ଣ୍ଣା

ସମ୍ପୂର୍ଣ୍ଣା

1 min
407


ତୁମେ ସନ୍ଧ୍ଯାର ଶାନ୍ତ ଓ ସରଳ

ତୁମେ ପବିତ୍ର ପାହାନ୍ତି ଓ ସକାଳ

ତୁମେ ସ୍ନେହ, ମମତା, ନିପୂଣା

ତୁମେ ସର୍ବଗୁଣା, ତୁମେ ସମ୍ପୂର୍ଣ୍ଣା, 


ତୁମେ କୋଳାହଳ, ତୁମେ ମା' କୋଳ

ତୁମେ ଠାକୁର ଘର, ତୁମେ ନିର୍ମଳା

ତୁମେ ପ୍ରୀତିପଦ୍ମା, ତୁମେ ସୁବର୍ଣ୍ଣା

ତୁମେ ସର୍ବଗୁଣା, ତୁମେ ସମ୍ପୂର୍ଣ୍ଣା, 


ତୁମେ ଲାଜ ଗହଣା, ଫୁଲ ଅଗଣା

ତୁମେ ସ୍ୱରବୀଣା, ତୁମେ ପ୍ରବୀଣା

ତୁମ ଗୁଣ ପ୍ରକୃତ ତୁମକୁ ଅଜଣା

ତୁମେ ସର୍ବଗୁଣା, ତୁମେ ସମ୍ପୂର୍ଣ୍ଣା, 


ତୁମେ ଜହ୍ନ ମନ, ତୁମେ ମନର ଜହ୍ନ

ତୁମେ ଭକ୍ତି ସେନା, ତୁମେ ଶକ୍ତିସମ୍ପନ୍ନା

ତୁମେ ପ୍ରକୃତିର ଝରଣା ଓ ଶ୍ରଦ୍ଧାମନା

ତୁମେ ସର୍ବଗୁଣା, ତୁମେ ସମ୍ପୂର୍ଣ୍ଣା,


ତୁମେ ପରିସ୍ଥିତିର ବୈଶାଖୀ, ଶ୍ରାବଣୀ

ତୁମେ ଧୈର୍ଯ୍ୟର ପ୍ରତୀକ ସ୍ବରୁପିଣୀ

ତୁମେ ଅପରୂପା, ସୁନାପକ୍ଷୀ ହସମନା

ତୁମେ ସର୍ବଗୁଣା ତୁମେ ସମ୍ପୂର୍ଣ୍ଣା, 


ତୁମେ ମାଟି ପୁତ୍ରୀ ତୁମେ ଶ୍ରୀରାଧାସୀତା

ତୁମେ ଶିଶୁପ୍ରାଣ ତୁମେ ପାର୍ବଣ ଜଣାଣ

ତୁମେ ଦୈବୀଶକ୍ତି, ମୁକ୍ତି, ତୁମେ ଶାନ୍ତମନା

ତୁମେ ସର୍ବଗୁଣା, ତୁମେ ସମ୍ପୂର୍ଣ୍ଣା, 


ତୁମେ କବିତା, ଗଳ୍ପ, କାହାଣୀ ଉପନ୍ୟାସ

ତୁମେ ସାହିତ୍ୟ, ବ୍ୟାକରଣ, ସଂସ୍କୃତିରତ୍ନା

ତୁମେ ଆତ୍ମାରେ ସ୍ଥିତ ନିଜଠୁ ନିଜ ଆପଣା

ତୁମେ ସର୍ବଗୁଣା, ତୁମେ ସମ୍ପୂର୍ଣ୍ଣା, 


ତୁମେ ବୀରରମଣୀ ତୁମେ ବୁଦ୍ଧିମତୀ

ତୁମେ ଦୟା, କ୍ଷମାର ମହୋଦଧୀ

ତୁମେ ହସର ସଂସାର ସୁଖ ବାଜଣା

ତୁମେ ସର୍ବଗୁଣା, ତୁମେ ସମ୍ପୂର୍ଣ୍ଣା, 


ତୁମେ ଅସୀମା ତୁମେ ମନର ଶ୍ରୀଭାବନା

ତୁମେ ହିଁ ବାସ୍ତବ ତୁମେ ହିଁ ସୁକଳ୍ପନା

ତୁମେ ଆଜୀବନ ଆତ୍ମାର ମନର

ତୁମେ ସର୍ବଗୁଣା ତୁମେ ସମ୍ପୂର୍ଣ୍ଣା, 


ତୁମେ ହସାଉଥିବା ହସ ଓ କାରଣ

ତୁମେ ସବୁ ଦୁଃଖକଷ୍ଟର ନିରାକରଣ

ତୁମେ ଶ୍ରେଷ୍ଠ ଆତ୍ମା ସୁନ୍ଦର ସ୍ୱଚ୍ଛମନା

ତୁମେ ସର୍ବଗୁଣା, ତୁମେ ସମ୍ପୂର୍ଣ୍ଣା,


ତୁମେ ସାଧନା, ତୁମେ ଆରାଧନା

ତୁମେ ପ୍ରାଥର୍ନା, ତୁମେ ସୁବନ୍ଦନା

ତୁମେ ଚନ୍ଦନା ନୈବେଦ୍ଯ ଚେତନା

ତୁମେ ସର୍ବଗୁଣା, ତୁମେ ସମ୍ପୂର୍ଣ୍ଣା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract