ସମ୍ପର୍କର ନୂଆ ମୁହଁ
ସମ୍ପର୍କର ନୂଆ ମୁହଁ
ସମ୍ପର୍କ ଏମିତି ଅକ୍ଷର ଟିଏ
ଗଢ଼ିବାକୁ ଲାଗେ ଯୁଗରେ,
ସମ୍ପର୍କ ଏମିତି କ୍ଷୁଦ୍ର ପ୍ରଦୀପ
ଜଳିବାକୁ ଲାଗେ କ୍ଷଣରେ ।
ସମ୍ପର୍କ ଏମିତି ସାଧା କାଗଜ,
ଲେଖିବାକୁ ଲାଗେ କାଳରେ
ସମ୍ପର୍କ ରେ ଥିଲେ ଦୃଢ଼ ବିଶ୍ୱାସ
ଝଡ ନ ଛଡାଇ ପାରେ ମଧ୍ୟରେ ।
ସମ୍ପର୍କ ର ନୂଆ ରୂପ ରଙ୍ଗମଞ୍ଚ
ନୃତ୍ୟ ସଙ୍ଗୀତ ଚିତ୍ରକଳା ରେ
ସମ୍ପର୍କ ଏମିତି କ୍ଷୁଦ୍ର ବାଲିଘର
ଅବିଶ୍ବାସ କର ଶୀଘ୍ର ଦୂରରେ ।
