Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harekrushna Deb Sahoo

Inspirational Others Children

4  

Harekrushna Deb Sahoo

Inspirational Others Children

ସମ୍ପର୍କର ହାତ ଧରି

ସମ୍ପର୍କର ହାତ ଧରି

1 min
266


     

    (୧)


ସମ୍ପର୍କ ଏକ ଡୋର

ବାନ୍ଧିଥାଏ ଭକ୍ତିରେ, 

ଭକ୍ତ ଓ ଭଗବାନ; 

ରାମ ଓ ହନୁମାନ ।।୧


ସମ୍ପର୍କ ଏକ ପାଚେରୀ 

ଗଢାହୁଏ ହିଂସାରେ,

ଭାଇ ଓ ଭାଇଜାନ;

ଦେଶ ଓ ପାକିସ୍ତାନ ।।୨


ସମ୍ପର୍କ ଏକ ହୃଦୟ

ସ୍ପନ୍ଦିତ ଯା ପ୍ରେମରେ,

ପ୍ରେମିକ ଓ ପ୍ରେମିକା;

ଗୋପାଳ ଓ ଗୋପିକା ।।୩


ସମ୍ପର୍କ ଏକ ଘର

ନିର୍ମିତ ଛାତ ସ୍ବର୍ଣ୍ଣରେ,

ସ୍ବାମୀ ଓ ସ୍ତ୍ରୀ ନାମକ-

ଦୁଇଟି ଆତ୍ମ ବୋଧକ ।।୪


ସମ୍ପର୍କ ଏକ ପ୍ରେମ

ଲୁଚିଛି ପ୍ରିୟା ହୃଦୟରେ,

ରୋମିଓ ଓ ଜୁଲିଏଟ;

ସାଥୀ ଓ ସଙ୍ଗାତ ଭେଟ।।୫


ସମ୍ପର୍କ ଏକ ଡେଣା

ତା ବିନା ପକ୍ଷୀ ଜୀବନରେ, 

ଶୁଆ ଓ ସାରୀ ଜୀବନ

ପିଞ୍ଜରା ଭିତରେ ଜପେ ରାମ ନାମ ।।୬


ସମ୍ପର୍କ ଏକ ସଙ୍ଗୀତ 

ବୀଣାର ସଂଯୋଜିତ ତାର

ଗାୟନ ଓ ସାତସୁର

ରତ୍ନ ଲତା ମଙ୍ଗେସକର ।।୭

      

         ( ୨)


ପକ୍ଷୀ ଓ ପକ୍ଷ : କ୍ଷୁଦ୍ର ଏକ ସମ୍ପର୍କ ଡେଣା


ସମ୍ପର୍କ ଏକ ବୀଣାତାର

ଛିଣ୍ଡି ପଡ଼ିବ ଜୀବନ ଜଞ୍ଜାଳ 

ମଣିଷ ଜୀବନ ଦୁଇଟି ନାମରେ,

ଉଦୟ ଓ ଅସ୍ତ ;ପୂରବ ଓ ପଶ୍ଚିମ 

ଜନ୍ମ ଯା ପ୍ରଭାତ ସଙ୍ଗୀତ,

ଆଜି ଅସ୍ତମିତ ଭାରତରତ୍ନ 

ଦେବୀ ଲତା ମଙ୍ଗେସକର

ପଶ୍ଚିମିତ ଗୋଧୂଳି କଣରେ 

ସମ୍ପର୍କ ଡୋର ଛିଣ୍ଡାଇ 

ଘେନି ଭାରତ ରତ୍ନ ଉପହାର ।

ଆଜି ମାତା ଭାରତୀ ଗଳାହାର।।

 


Rate this content
Log in

Similar oriya poem from Inspirational