STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ସମ୍ପର୍କର ଡୋର

ସମ୍ପର୍କର ଡୋର

1 min
230


ମନୁଷ୍ୟ ଜୀବନ ସମ୍ପର୍କରେ ଜୁଟେ

ଥିବା ଯାଏ ଏହୁ ପ୍ରାଣ,

ପ୍ରାଣ ଚାଲି ଗଲେ ନଦୀ ତୀରେ ଦେହ

ପଛେ ହିଁ ସମ୍ପର୍କ ପୁଣ।୧।


ଜୀବନ ଯାତ୍ରାରେ କେବଳ ସମ୍ପର୍କ

ଜଡ଼ିତ ରୁହେଟି ପ୍ରାଣେ,

ପ୍ରାଣ ଚାଲି ଗଲେ ତୁଟି ଯାଏ ସବୁ

ନ ରୁହେଟି କିଛି ତେଣେ।୨।


ରହିଯାଏ ତହିଁ ସ୍ମୃତି ହିଁ କେବଳ

ନ ରୁହେ ସମ୍ପର୍କ ତହିଁ

ପ୍ରାକୃତିକ ରୀତି କେବଳ ଏତିକି

ଆଗେ କେହୁ ପଛେ ତହିଁ।୩।


ଅତୁଟ ସମ୍ପର୍କ ସ୍ତ୍ରୀ ଓ ପୁରୁଷେ

ପବିତ୍ର ଡୋର ହିଁ ଏହୁ,

ସମୟଟି ହେଲେ ପ୍ରାଣ ଛାଡ଼ି ଗଲେ

ନଦୀ ତୀରେ ଯିବେ ସେହୁ।୪।


ସ୍ମୃତି ରହି ଯିବ ଦୁଃଖିତଟି ହେବ

ସମ୍ପର୍କ ରହିବ ପଛେ,

ପ୍ରଭୁଙ୍କ ଭିଆଣ ତାହାହିଁ ହୋଇବ

ସବୁ କିଛି ହେବ ପଛେ।୫।


ରହିଯିବ ମାତ୍ର କର୍ମଫଳ ତାର

ସ୍ମୃତି ହିଁ ରହିବ ତାର,

ଉତ୍ତମ ସମ୍ପର୍କ ଉତ୍ତମ କର୍ମ ହିଁ

ଗୌରବ ଦେବଟି ତାର।୬।


ଯେଉଁ ନଦୀ ନୀର ପିଉ ଥିଲା ନିତି

ଜୀବନ କାଳରେ ତାର,

ସେହୁ ନଦୀ ତୀର ପ୍ରାପ୍ତି ହିଁ ହୋଇବ

ନ ରହିବ କିଛି ତାର।୭।


ଶିକ୍ଷା ଦେଉ ଥିଲା ଜଗତକୁ ସେହୁ

ପବିତ୍ର ସମ୍ପର୍କ ବଳେ,

ଜନକଲ୍ୟାଣରେ ଜଡ଼ିତ ହିଁ ଥିଲା

ତାର ସ୍ଥାନ ନଦୀ କୁଳେ।୮।


ରହି ନାହିଁ କେହୁ ନ ରହିବେ କେହୁ

ସମ୍ପର୍କ ରହିବ ନାହିଁ,

ପଛେ ରହି ଯିବ ଅମୂଲ୍ୟ କର୍ମ ହିଁ

ଇତିହାସ ହେବ ତହିଁ।୯।


ମନୁଷ୍ୟ ଜୀବନ ସମ୍ପର୍କରେ ଜୁଟେ

ଥିବା ଯାଏ ଏହୁ ପ୍ରାଣ,

ପ୍ରାଣ ଚାଲି ଗଲେ ନଦୀ ତୀରେ ହେବ

ପଛେ ହିଁ ସମ୍ପର୍କ ପୁଣ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational