STORYMIRROR

Pranati Acharya

Romance Classics Others

3  

Pranati Acharya

Romance Classics Others

ସମ୍ପର୍କର ଅଭିନୟ

ସମ୍ପର୍କର ଅଭିନୟ

1 min
19


ବିଶ୍ବରଙ୍ଗମଞ୍ଚେ ପୂଣ୍ୟ ଆକାଶରେ ଭାବୁ ଭାବୁ ରାତି ପାହିଲା 

ଅଭିନୟ ସାରି ଦିନ ଗଣୁ ଗଣୁ ଜୀବନର ଅନ୍ତ ଘଟିଲା ।। 

ସେରକ ପୁରିଲା ମାଣକ ପୁରିଲା.. ପୁରିଲା ଜୀବନ ସମୟ 

କେଇଦିନ ପାଇଁ ବାନ୍ଧିଥିଲୁ ବସା ଭାବିଚିନ୍ତି ନୂଆ ଉପାୟ ।। 

ରହିନାହିଁ କେହି ରହିବେ ବି ନାହିଁ ଦୁନିଆର ରଙ୍ଗମଞ୍ଚରେ 

ସର୍ବେ ନିଜ ନିଜ ଅଭିନୟ ସାରି ଲୀନ ହେବେ କାଳ ଗର୍ଭରେ ।। 

ମନ ମୁତାବକ ବାନ୍ଧି ଅଛୁ ବସା ଲହୁ ଲୁହ ଦେଇ ସେଥିରେ

 ବସା ଛିଣ୍ଡି ଗଲେ ହେବୁ ତୁ କାହାର ଭାବି ହେଉଥିବ ପଛରେ ।। 

କେତେ ଯେ ଗଲେଣି କେତେ ଆସିଲେଣି କ୍ରିୟା ଚାଲେ ଏହି ପ୍ରକାର ସୃଷ୍ଟିର ମୂଳରେ ବଞ୍ଚିବାହୁ ବଳେ ଦେଖାଉ ନୀତି ଖାତର।। 

ମନୁଷ୍ଯ ଜୀବନ ଚାଲିଗଲେ ଜାଣ କିଏ ବା ପଚାରେ କାହାକୁ 

ସବୁ ଅଭିନୟ ସମ୍ପର୍କର ମୋହ ଭୁଲ ସବୁ ମାୟା ମୋହକୁ ।। 

ଆକାଶ ଯେତିକି ନୁହେଁ ତ ସେତିକି ଅଣାକାର ଏହି ମହୀ 

ଅଦ୍ଭୁତ ସଂସାର ସବୁ ମାୟା ଜାଲ ସବୁ ତ କ୍ଷଣକ ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance