STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ସମ୍ପର୍କ

ସମ୍ପର୍କ

1 min
296


ହେ ଈଶ୍ୱର ତୁମେ ମୋତେ ସଂସାର କୁ ଯେବେ ଆଣିଲ

ମୋ ସାଥେ ସବୁ ସମ୍ପର୍କ କୁ ଯୋଡି ଦେଲ

ଜନ୍ମ ହେଉ ହେଉ ମାତା ସାଥେ ସମ୍ପର୍କ ହୋଇଲା

ପିତା, ଭାଇ ଭଉଣୀ ସାଥେ ମୋ ରକ୍ତ 

ସମ୍ପର୍କ ଜଣା ପଡିଲା

ବିଦ୍ୟାଳୟ ଯେବେ ଗଲି ଗୁରୁଙ୍କ ସାଥେ ସମ୍ପର୍କ ହେଲା

ସାଙ୍ଗ ସାଥି ସାଥେ ଅନ୍ତରଙ୍ଗ ସମ୍ପର୍କ ଯୋଡି ହେଲା

ଯିଏ ମୋତେ ଭଲ ଲାଗିଲା ତା ସାଥେ ସମ୍ପର୍କ ହେଲା

ସମ୍ପର୍କ ଧୀରେ ଧୀରେ ଆଗକୁ ମୋ ବଢିଲା

ଯଉବନ ବେଳ ରେ ବିବାହ ମୋ ହୋଇଲା

ବିବାହ ପରେ ସ୍ତ୍ରୀସାଥେ ସମ୍ପର୍କ ଯୋଡି ହୋଇଲା

ଯେବେ ମୋର ପୁତ୍ର କନ୍ୟା ଜନ୍ମ ହୋଇଲେ

ବାପା ବାପା କହି ମୋ ସାଥେ ସମ୍ପର୍କ ଯୋଡ଼ିଲେ

ହେଲେ ପ୍ରଭୁ ତୁମ ସାଥେ ମୋ ସମ୍ପର୍କ

ଜନ୍ମ ଜନ୍ମ ପାଇଁ ରହିଛି

ଭୂମିଷ୍ଟ ହେଲା ଦିନୁ ମୁଁ ମାୟା ରେ ପଡି ଯାଇଛି

ତୁମେ ମୋତେ ସଂସାର କୁ ଆଣିଥିଲ

ମୋର କର୍ମ ଫଳ ଦେଖି ସବୁ ତ ଦେଲ

ତୁମଠାରୁ ମୁଁ ସଂସାର କୁ ଆସିଥିଲି

ମିଛ ସମ୍ପର୍କରେ ପଡି ସବୁ ତ ଭୁଲିଲି

ଯେଉଁ ସମ୍ପର୍କକୁ ଆଜି ନିଜର କରିଛି

ସେହି ସମ୍ପର୍କ ଦିନେ ପର କରିଦେବ ମୁହିଁ ଜାଣିଛି

କେହି ନୁହେଁ ଏଠି ନିଜର କାହାର

ମିଛ ମାୟାର ସଂସାର ସବୁ ସମ୍ପର୍କ ଏଠି ପର

ସବୁ ସମ୍ପର୍କ ରେ ମୁଁ ସ୍ୱାର୍ଥକୁ ଦେଖୁଛି

ସ୍ୱାର୍ଥକୁ ନେଇ ସବୁ ସମ୍ପର୍କ ମୋ ସାଥେ ଅଛି

କିଏ ଦେହ ସାଥେ ସମ୍ପର୍କ ରଖିଛି

ପୁଣି କିଏ ଧନ ନେବାକୁ ସମ୍ପର୍କ ବାନ୍ଧିଛି

ପିତା ମାତା ସିନା ବିନା ସ୍ଵାର୍ଥେ ସମ୍ପର୍କ ରଖନ୍ତି

ନିଜ ସନ୍ତାନ ପାଇଁ ସବୁ ତ୍ୟାଗ ସେ କରିଥାନ୍ତି

ପିତା ମାତା ବିନା ନିବିଡ଼ ସମ୍ପର୍କ କା' ସାଥେ ହେବ

ଜନ୍ମେ ଜନ୍ମେ ପିତା ମାତାଙ୍କ ଋଣ ସୁଝି ନ ହେବ

ତୁମ ସାଥେ ପ୍ରଭୁ ମୋ ଆତ୍ମାର ସମ୍ପର୍କ ରହିଛି

ସବୁ ସମ୍ପର୍କ କୁ ଛାଡି ପ୍ରଭୁ ତୁମରି ଚରଣେ ପଡିଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract