ସମ୍ପର୍କ
ସମ୍ପର୍କ
ସମ୍ପର୍କ ସମ୍ବନ୍ଧ ଆତ୍ମିକ ବନ୍ଧନ
ଈଶ୍ୱରଙ୍କ ଅବଦାନ
ତାର ସୁମହତ୍ତ୍ୱ ମର୍ଯ୍ୟାଦା ସମ୍ମାନ
ରଖେ ସୁଧୀ ଗୁଣୀଜନ ।
ଉତ୍ତମ ସଂସ୍କାର ନୈତିକ ଆଦର୍ଶ
ବ୍ୟବହାରେ ଶାଳୀନତା
ପ୍ରତିଫଳେ କର୍ମେ ଆଚାର ବିଚାରେ
ମୂଲ୍ୟବୋଧ ମାନବତା ।
ମଣିଷ ଅଟଇ ସାମାଜିକ ପ୍ରାଣୀ
ଏକାକୀ ପାରେନି ବଞ୍ଚି
ପାଳନ୍ତି ସଜ୍ଜନ ବିଶ୍ୱାସେ କର୍ତ୍ତବ୍ୟ
ସତ୍ୟ ଧର୍ମେ ରଖି ମତି ।
ଯତ୍ନ ସହକାରେ ଲଭି ଶିକ୍ଷା ଦୀକ୍ଷା
ସଂଯମତା ଆଚରେଣ
ଅରଜେ ମଣିଷ ଜ୍ଞାନ ଅଭିଜ୍ଞତା
ବହୁ ଦିବ୍ୟ ସଦଗୁଣ ।
ସତ୍ୟ ଶାନ୍ତି ଦୟା ଭକ୍ତି ପ୍ରେମ ନିଷ୍ଠା
ସହିଷ୍ଣୁତା ବୁଦ୍ଧିମତ୍ତା
ଲଭଇ ସୁପାତ୍ର ସାହିତ୍ୟେ ଦକ୍ଷତା
ଜୀବନରେ ସୁପ୍ରତିଷ୍ଠା ।
ଉତ୍ତମ ସ୍ୱଭାବ ବିଶ୍ୱାସ ଭାଜନେ
ବୃଦ୍ଧି ପାଏ ସୁସମ୍ପର୍କ
ପ୍ରସନ୍ନ ରହନ୍ତି ସଦା ଭାଗ୍ୟ ଲକ୍ଷ୍ମୀ
ପ୍ରାପ୍ତ ହୁଏ ସ୍ୱର୍ଗ ସୁଖ ।
ଶସ୍ତା ମଣେ ମୂର୍ଖ ସମ୍ବନ୍ଧ ସମ୍ପର୍କ
ସ୍ୱ।ର୍ଥରେ ବଳାଏ ମତି
ଏଣୁ ଦୁର୍ବିସହ ଜୀବନ ଅସ୍ଥିର
ମିଳେନାହିଁ ସୁଖ ଶାନ୍ତି ।
------
