STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ସମ୍ପର୍କ

ସମ୍ପର୍କ

1 min
153


ସମ୍ପର୍କର ନଦୀ ତୀରେ

ଦିଗବଳୟ ଆରପାରେ

ନୁଆଁଣିଆ ଚାଳ ଘରେ

ରହିଥିବା ବୁଢା ଅବା ବୁଢୀ ପାଇଁ

ମନ ହୃଦୟରେ ଲେଖା ତାଙ୍କ ନାଁ

ଦେଖିବାକୁ ଥରେ ତାଙ୍କ ମୁଁହ

ଯିଏ ପାଳିଥିଲା ସହୃଦୟତାରେ

ଡାକୁଥିଲୁ ତାଙ୍କୁ ବାପା ମାଆ

ଭିଟାମାଟି ମୋହ ଛାଡି ଥରେହେଲେ

ଆସିବାକୁ ବିଦେଶକୁ ଧରୁନାହିଁ ନାଆଁ

ଡାଡି ମମି ସନ୍ତୁଳିତ ହେଲେ ମନା କଲା

ସମୟ କର୍ମ ଓ ନିଶାର ପେଶାର ଧୁଆଁ

ଦାୟିତ୍ୱ ବୋଧତାରେ ଲଗାଇ ନିଆଁ

ଇଏ କୋଉ ବୈଜ୍ଞାନିକ ସକାରଣ 

ଭୁଗୋଳ ପୋଥି ପତରେ ଲେଖା ତାର ନାଆଁ

ମନ ହୁଏ ଗପ ଗୀତ ଶୁଣିବାକୁ କୋଳେ ଶୋଇ

ପିଲାଦିନେ ଯେ ଶୁଆଇଛି ଗାଇ ଧୋରେ ବାୟା

ଇଂରାଜୀ ବହି ଖୋଲିଲେ କହୁ ଏମ ଫର ମାଆ

ଆଉ ଜେ ଫର ଜେଜେ ,ଖାଇ ଢୋ ଢା

ଟାସ୍କ ଖାଲି ଗଣିତ କଷ ବରଷ ମାସ

ଗାଁ ମାଟି କିନ୍ତୁ ଡାକୁଥାଏ ଥରଟିଏ ଆ

ଆଉ କେତେ ଦିନ ବାକି ଲିଭିବାକୁ ନାଆଁ

ଖୋଜୁଥିବ ସ୍ମୃତି କରି ହେଉଥା ଠାଆକୁ ଠା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract