STORYMIRROR

Papu parida

Tragedy

3  

Papu parida

Tragedy

ସମ୍ପର୍କ

ସମ୍ପର୍କ

1 min
222

ସମ୍ପର୍କ ନୁହଁଇ ବାଲିଘରଟିଏ 

ଭାଙ୍ଗିଗଲେ ଗଢିଦେବ

କାଚରେ ତିଆରି ଘରଟିଏ ଏହା

ଭାବି ଭାବି ଝୁରୁଥିବ।


ସମ୍ପର୍କ ନୁହଁଇ ଚକ ଖଡ଼ି ଲେଖା

ଭୁଲ ହେଲେ ଲିଭିଯିବ

କାଳି ପଡୁଥିବା ସ୍ଥାୟୀ କଲମଟେ

ଦାଗ କି କେବେ ଲିଭିବ।


ସମ୍ପର୍କ ନୁହଁଇ ବାୟୁ ଆକାଶର

ସବୁସ୍ଥାନେ ବ୍ୟାପିଥିବ

ମଣି ମୁକ୍ତା ଦୁର୍ଲ୍ଲଭ ଅଟଇ

ଖୋଜିଲେ କି ମିଳିବ।


ସମ୍ପର୍କ ନୁହଁଇ କ୍ଷୁଦ୍ର ପଥରଟେ

ହାତୁଡିରେ ଭାଙ୍ଗିଯିବ

ହିମାଳୟ ପରି ବିଶାଳ ଆକାର

ଭାଙ୍ଗିଲେ ବି କି ସରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy