STORYMIRROR

Kishore Nayak

Tragedy

3  

Kishore Nayak

Tragedy

"ସମ୍ପର୍କ "

"ସମ୍ପର୍କ "

1 min
26

ସମ୍ପର୍କ, ଜୀବନ ଜିଇଁଵାର ଏକ ମାଧ୍ୟମ 

ଠିକ ନଦୀର ଦୁଇ କୂଳକୁ 

ସଂଯୋଗ କରୁଥିବା 

ଏକ ସେତୁଟିଏ ପରି 

ଯେଉଁ ସେତୁକୁ ପାଥେୟ କରି 

ପ୍ରତିଦିନ ହଜାର ହଜାର ମଣିଷ 

ନଦୀକୁ ପାର ହୋଇଥାନ୍ତି 

ନିଜ ନିଜର 

ଜୀବନ ଜୀବିକା ଅନ୍ୱେଷଣରେ l

ଭିନ୍ନ ଭିନ୍ନ ରୂପରେ 

ଭିନ୍ନ ଭିନ୍ନ ଅର୍ଥରେ 

ଏକ ଶୃଙ୍ଖଳିତ ବନ୍ଧନରେ 

ବାନ୍ଧି ରଖିଛି ଏ ସାରା ବିଶ୍ୱକୁ 

ଏ ସାରା ସୃଷ୍ଟିକୁ 

ଏକ ନବ ଉନ୍ମାଦନାର 

ମଧୁ ଝଙ୍କାର ତୋଳି 

ଯେମିତି ଆକାଶ ସହିତ 

ପୃଥିବୀର ସମ୍ପର୍କ 

ସାଗର ସହିତ 

ନଦୀର ସମ୍ପର୍କ 

ଆଉ ମାଟି ସହିତ 

ବୃକ୍ଷର ସମ୍ପର୍କ 

ଯାହାକୁ ପାଥେୟ କରି 

ଏ ଜୀବନ ଗତିଶୀଳ 

ଚଳ ଚଞ୍ଚଳ 

ସ୍ନେହ, ପ୍ରୀତି, ମମତା 

ଆଦର, ପ୍ରେମ, ଭଲପାଇବା 

ସବୁକିଛି ଗୁନ୍ଥା ହୋଇଛି 

ଏଇ ସମ୍ପର୍କର ରଜ୍ଜୁରେ 

ଯାହାର ବ୍ୟତିରକେ 

ଏ ଜୀବନ ଦୁର୍ବିସହ 

ମୃତ୍ୟୁବତ 

ନିଃସଂଗତାର ଏକ ଶୁଷ୍କ ମରୁଭୂମି ପରି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy