STORYMIRROR

Birakishore Nayak

Inspirational

4  

Birakishore Nayak

Inspirational

ସମ୍ପର୍କ

ସମ୍ପର୍କ

1 min
267

ସମ୍ପର୍କ ଏମିତି ମଧୁରତା ଭରା

     ହୃଦୟର ଭାଷା କହେ,

ନିର୍ଝରିଣୀ ସମ ଶୀତଳତା ଭରା

     ମମତାର ଧାରା ବହେ ।


ରକ୍ତର ସମ୍ପର୍କ ନିବିଡ଼ ନିଶ୍ଚୟ

     ବାନ୍ଧିରଖେ ଏକ ସୂତ୍ରେ,

ଆସେ ଯେବେ ଝଡ଼ କେବେ ସମ୍ପର୍କରେ

     ଫେରେ ନିମିଷକ ମାତ୍ରେ ।


ଭୁଲ ବୁଝାମଣା ଦୂର ହୋଇଯାଏ

     ବୁଝିଯାଏ ପରା ମନ,

ସବୁ ତିକ୍ତତା ଯେ ଭୁଲି ହୋଇଯାଏ

     ଚାଲିଯାଏ ଅଭିମାନ ।


ରକ୍ତର ସମ୍ପର୍କ ନଥାଇ ବି ମଧ୍ୟ

     ହୁଅନ୍ତି ବହୁ ନିଜର,

ଅନାବିଳ ପ୍ରୀତି ଗଢିଦିଏ ପରା

     ସେତୁ ଏକ ସମ୍ପର୍କର ।


ମଣିଷର ମନ ସମ୍ପର୍କରେ ବନ୍ଧା

     ତାହା ପ୍ରବୃତ୍ତି ପ୍ରବଣ ,

ଏକା ବଞ୍ଚିବାଟା ଯନ୍ତ୍ରଣା ଦାୟକ

     ଜୀବନ ଲାଗଇ ଶୂନ୍ୟ ।


ମଣିଷ ଅଟଇ ସାମାଜିକ ପ୍ରାଣୀ

     ସମାଜ ଗଢିଛି ନିଜେ,

ସମ୍ପର୍କ ରଖି ସେ ଅନ୍ୟଠାରୁ ପରା

     ଆବଶ୍ୟକତାକୁ ଖୋଜେ ।


ସମ୍ପର୍କ ର ଡୋର ହୁଏ ଯେତେ ଦୃଢ଼

     ପରସ୍ପରେ ପ୍ରୀତି ଖେଳେ,

ମନ ଖୋଜେ ନିତି ପାଶେ ରହିବାକୁ

      ସ୍ନେହ ମମତାର କୋଳେ ।


Rate this content
Log in

Similar oriya poem from Inspirational