ସମ୍ପର୍କ
ସମ୍ପର୍କ
ସମ୍ପର୍କ ଛାଡ଼ି ଯାଇଥିବା କାହାର ପାଦଚିହ୍ନ ପରି !!
ସହିବା ଆଉ ବହିବାର ଅମାପ ଶକ୍ତିର ନାମ ଆଜିର ସମ୍ପର୍କ !!
ବୟସ ଆଗେଇ ଯାଉଛି ସିନା ମନ କିନ୍ତୁ ଅଟକି ଯାଉଛି ବିଗତ ସ୍ମୃତି କୁ ସାଉଁଟି ,
ଭଲ ପାଇବାର ବସୋରା ବନରେ
ଯେଉଁଠି କେବେ ବି ଆସେନି ପତ୍ରଝଡ଼ାର ଋତୁ ।
ଏବେବି ଉଙ୍କିମାରେ ଏକ ନିଆରା ଆଉ ନିଆରା ସମ୍ପର୍କର ପରିକଳ୍ପନା ।
ସମ୍ପର୍କରେ ପାଇବାର ଆଶା ନଥାଏ ,
ସମ୍ପର୍କରେ ଅନ୍ୟର ମଙ୍ଗଳ କାମନା ଭରି ରହିଥାଏ ।
ସମ୍ପର୍କରେ ଅନ୍ୟକୁ ସୁଖ ପରୋଷି ବିନା ପ୍ରତ୍ୟାଶାରେ କେବଳ ଦୁଃଖ ସାଉଁଟି ପାରିଲେ ସମ୍ପର୍କ ଯେ ଚିରଦିନ ଜାଜ୍ଜଲ୍ୟମାନ ରହିପାରିବ ଏହା କେବଳ ପରିକଳ୍ପନା ମାତ୍ର ।
ସମ୍ପର୍କ !!
ସମ୍ପର୍କ ଟିଏ ଏଠି କାହିଁ??
ନେବାରେ ବନ୍ଧୁତା
କିନ୍ତୁ ତ୍ୟାଗ ବେଳକୁ ସମ୍ପର୍କର ପରିଭାଷା ଚାଲି ଯାଇଥାଏ ଦୂରକୁ ଆଉ ବହୁତ ଦୂରକୁ
ଅନବରତ କୁହୁଳୁଥିବା ଅନୁଭଵର ଭାଷା ।
ଦେଖି ହୁଏନି କି ଦେଖେଇ ହୁଏନି ।
ବେଳେ ବେଳେ ଉଖୁରେଇ ଉଠେ
ଲହୁ ଲୁହାଣ ହୁଏ ମନ ,
ଅସ୍ତ ବ୍ୟସ୍ତ ଆସ୍ଵସ୍ତିର ଉପଲବ୍ଧିରେ
ଜିଇଁ ରହେ ଜୀବନ ।
ଆଜିର ସମ୍ପର୍କ !!
କୋଳାହଳ ଶୂନ୍ୟ
ନୀରବତା ପୁର୍ଣ୍ଣ ଅସହାୟତାର ବିକାର।
ସମ୍ପର୍କର ପ୍ରଥମ ସ୍ୱର
ଏକାନ୍ତରେ ଅନେକ ଏକାତ୍ମତାର ସାକ୍ଷର ।
