Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିତା ସୃଜନୀ ସ୍ୱରଚିତ ଲେଖା

Romance Inspirational

3  

କବିତା ସୃଜନୀ ସ୍ୱରଚିତ ଲେଖା

Romance Inspirational

ସମ୍ପର୍କ

ସମ୍ପର୍କ

1 min
227



ପ୍ରଣୟ ପ୍ରଣୀତା         ମୋ ମନ ମନୀଷା

    ହେ ମୋ ପ୍ରିୟା ପ୍ରଣୟିନୀ! 

ତୋ ଚନ୍ଦ୍ରବଦନ         ପ୍ରଫୁଲ୍ଲ ଚାହାଣୀ

    ତୁ ମୋ ପ୍ରେମ ନିର୍ଝରିଣୀ |


ପ୍ରେମର ସମ୍ପର୍କ        ଅତି ମନୋହର

    ତୁ ରାଧା ମୁଁ ଅଟେ ଶ୍ୟାମ

ସୁମଧୁର ଆମ         ସ୍ନେହର ସମ୍ପର୍କ

    ତୁହି ସୀତା ମୁହିଁ ରାମ |


ପ୍ରେମ ପୀରତିରେ      ଭରିଦେବି ତୋତେ

    ଦେଇ ଚିର ସ୍ନେହ ସ୍ୱର

ରଖିଦେବି ସଦା       ମୋଅରି ପାଶରେ

    ବୁଲେଇ କେତେ ମୁଁ ପୁର |


ମୋ ହୃଦ ମନ୍ଦିରେ    ସ୍ଥାନ ମୁଁ ଦେଇଛି

    ସମ୍ପର୍କରେ ଦେବୀ ଦାସ

କିଏ ବା ଚାହିଁବ       କରିବ ଭଙ୍ଗନ

    ମାଡ଼ିବେନି କେହି ପାଶ |


ହୋଇଯାଉ ଆମ    ପ୍ରଣୟ ସମ୍ପର୍କ

    କ୍ଷୀର ନୀର ଚିର ପ୍ରେମ

ଆମକୁ ଦେଖିବା    ଜଗତ ଗାଇବ 

   ବୋଲି ପ୍ରେମେ ଆମ ନାମ |


ସ୍ନେହ ସମ୍ପର୍କ ତ     ଛେନା ସର ପରି

     ସ୍ୱର୍ଗପୁର ସୁଖ ଆଣେ

ଅନୁଭବୀ ସିନା      ଥାଏ ଅବଗତ

    ତା ବିନା କିଏ ବା ଜାଣେ?



Rate this content
Log in

Similar oriya poem from Romance