STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସମ୍ପର୍କ

ସମ୍ପର୍କ

1 min
286


ସମ୍ପର୍କର ଡୋରି ଜନମୁଁ ଲମ୍ବିଛି

  ଜୁଇରେ ଜାଳିବା ଯାଏ

ସମ୍ପର୍କର ମୂଲ୍ୟ ବୁଝି ଅଛି ଯିଏ

  ମଣିଷଟି ପରା ସିଏ।


ନିଜ ସ୍ବାର୍ଥ ପାଇଁ ଗଢିଲେ ସମ୍ପର୍କ

  ନ ରହଇ ଚୀର ଦିନ

ଆସିବାର ଦିନ ହିସାବରେ ଥାଏ

  ଗଲେ ରଖିଯାଏ ଚିହ୍ନ।


ଭାଇ ଭଉଣୀର ମଧୁର ସମ୍ପର୍କ

  ରାକ୍ଷୀରେ ସୀମିତ ନୁହେଁ

ହୃଦୟ ସହିତ ହୃଦୟ ମିଶିଲେ

  ସେ ସମ୍ପର୍କ ଦୃଢ଼ ହୁଏ।


ପିତା ମାତା ପୁତ୍ର କନ୍ୟାର ସମ୍ପର୍କ

  ସବୁ ବିଧିର ବିଧାନ

ବିଶ୍ୱାସେ ସମ୍ପର୍କ ହୁଅଇ ସୂଦୃଢ଼

  ଅବି ଶ୍ୱାସେ ହୁଏ ଲୀନ।


ସମ୍ପର୍କ ଏମିତି ତିନୋଟି ଅକ୍ଷର

  ବିଶ୍ୱାସରେ ରହେ ଦୃଢ଼

ସ୍ନେହର ସମ୍ପର୍କ ରହେ ଚୀର ଦିନ

  ନ ବୁଝିବା ଜନ ମୁଢ଼।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational