Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Surjyakanta Dash

Romance Others

3  

Surjyakanta Dash

Romance Others

ସ୍ମିତ ହସେ ଦିଅ ବିଦାୟ

ସ୍ମିତ ହସେ ଦିଅ ବିଦାୟ

1 min
188



ସହି ମୁଁ ପାରୁନି ଆଜି ଆଉ ପ୍ରିୟା

ଏ ଦେହ ଜଞ୍ଜାଳର ମୋହ

ଖୋଲିଦିଅ ତୁମ ସ୍ନେହର ଦଉଡ଼ି

ସ୍ମିତ ହାସେ ଦିଅ ବିଦାୟ ।୧।


ଏତେ ବର୍ଷ କାଳ ଏ ଦେହ ସମ୍ପର୍କ

କାମନା ମୋ ଆଉ ନାହିଁ ମନେ

ସଂସାରର ସବୁ ଦୁଃଖ, ସୁଖର ସ୍ଵାଦ

ପାଇଗଲି ତୁମ ସାଥେ ଜୀବନେ ।୨।


ସଂସାର ମୋହରୁ ଆଉ ବର୍ତିପାରିବିନି

ଏବେ ନା ଛାଡ଼ିଲେ ମୋତେ

ପ୍ରିୟା ତୁମେ ଆଉ ମୋହାଛର୍ଣ ହୋଇ

ମାଗନାହିଁ ମୋର ଅସ୍ଥିତ୍ବ ମୋତେ ।୩।


ଥରଟିଏ କୁହ ଦେଲି ମୁଁ ବିଦାୟ

ଉଡିଯାଉ ମୋର ପ୍ରାଣ ପକ୍ଷୀ

ସହି ପାରୁନାହିଁ ଏ ଦେହ ଯନ୍ତ୍ରଣା

ଚାଲିଗଲେ, ମୁଁ ହେବି ତୃପ୍ତି ।୪।


ତୁମେ ଯା ମାଗୁଛ ଦେଇ ପାରିବିନି

କହୁଛି, ଅନୁରାଗେ ପ୍ରିୟା ମୋର

ଶିଖିଯା ଅ ପ୍ରିୟା ବଞ୍ଚିବାକୁ ଏକା 

କାଢିଦେଇ ତୁମ ଶଙ୍ଖା ସିନ୍ଦୂର ।୫।


ଅପ୍ରାପ୍ତି ଆଉ ନାହିଁ ମୋ ଜୀବନେ

କାହା ପାଇଁ ଏଠି ରହି ଜଳିବି

ତୁମେ ତ ଜଳୁଛ କାହା ପାଇଁ ଏଠି

ଆର ପାରିରେ ମୁଁ ରହି ଦେଖିବି ।୬।


ସାମାଜିକତାରେ ବନ୍ଧା ଏ ଜୀବନ

କେବେ ନା କେବେ ଲିଭିଯିବ

ତୁମ ସାଥେ ମୋର ପୁରୁଣା ସମ୍ପର୍କ

ଭାବୁଛ ଆଜି କାଳେ କଟିଯିବ ।୭।


ମୁକ୍ତ କରି ମୋତେ କାଟିଦିଅ ସଖି

ଏହି ନବେ ବର୍ଷର ସମ୍ପର୍କ

କାନ୍ଦ ନାହିଁ ସଖି ନ ଫେରିବି ଆଉ

ସାଜିଛି ମୁଁ ଅଫେରା ପଥର ପଥିକ ।୮।


ତୁମ ପଥ ସଖି ଚାହିଁ ରହିଥିି ବି

କେବେ ଆସିବ ମୋ ପାଶେ

ଏକା ଏକା ମୋତେ ଭଲ ଲାଗିବନି

ଶୀଘ୍ର ଆସି ଯିବ ମୋ ପଥେ ।୯।


     


Rate this content
Log in

Similar oriya poem from Romance