STORYMIRROR

Anjana Naik,Anju..Deogarh

Romance

3  

Anjana Naik,Anju..Deogarh

Romance

ଅବୁଝା ପ୍ରେମ

ଅବୁଝା ପ୍ରେମ

1 min
210


ମୁଁ ମୂକ ନୁହେଁ,ନାସ୍ତିକ ବି ନୁହେଁ 

ମୋର ଏଇ ମୌନତ୍ବ ତିରସ୍କାର ବି ନୁହେଁ


ଏହା ସମ୍ମତି ର ହିଁ ଲକ୍ଷଣ

ଯିଏ ପ୍ରତି କ୍ଷଣ ଆଶାବାନ୍ଧେ 

ଜଡ଼େଇ ହୋଇ ରହିବାକୁ ତମ ସାଥେ । 


ତାହା ତମେ ଠିକ୍ ବୁଝି ପାର ଅକ୍ଳେଶରେ

ଆଉ ଆଙ୍କିଦିଅ ଚୁମ୍ବନ ଅଗଣିତ । 


କିନ୍ତୁ ପ୍ରେମର ପରିଭାଷା ବୋଧହୁଏ 

ମୁଁ ବୁଝିବାରେ ଅସମର୍ଥ ।


ପରିପ୍ରକାଶ କରିବା ର 

ଉଚିତ ସମୟ ,ସ୍ଥାନ ଅଭାବରେ

ଟିକେ ଅସଜଡା ଲାଗେ ମୋ ଇତିହାସ 

ଏ ସମାଜ ରେ ମୁଁ ସାଜିଛି ଆଜି ଘୃଣିତ ।


ତମ ଛୁଆଁରେ ମୋ ବିରହିତ

ନିଥିର ଅବୟବରେ  

କମ୍ପନ ର ଦାହିକାଶକ୍ତି ବି ଖେଳେ ଆଉ 

ମିଳନରେ ପ୍ରସ୍ଫୁଟିତ କୁସୁମର ସୁବାସରେ

ଚଉଦିଗ ହୁଏ ସୁରଭିତ ।


କିନ୍ତୁ ପ୍ରଣୟ ଯାଚନା,ପ୍ରଗଳଭତା 

ମୋ ଠାରୁ କୋଶେ ଦୂର

ଯାହା ମୋ ମନ କୋଣରୁ 

ତମ ଛାତିତଳ ଯାଏଁ ହିଁ ତାର ପରିଧି 

ହୃଦୟ ବି ଜଳେ ବେଳେ ବେଳେ 

ବିରହାନଳରେ  

ଯେବେ ଆମ ପ୍ରୀତି ଫୁଲେ

ମହକ ଭରିବା ମୋ ପକ୍ଷେ ହୁଏ ଅସମର୍ଥ ।


ଏଇ କାରଣରୁ

ଏ ନଶ୍ବର ଶରୀରେ ମୋ ପ୍ରେମ କବଚ ସଦୃଶ 

ବିତିଗଲେ ମୋ ଯୌବନ

ଅଧୁରା ରହିଯିବ ମୋ ପ୍ରଥମ ପ୍ରେମ 

ନୁହେଁ ପ୍ରେମର ସମାଦୃତ 

ସାଥି ତମେ ବୁଝିନିଅ 

ମୋ ପ୍ରେମ ନିଚ୍ଛକ ଶାଶ୍ବତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance