STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ସମ୍ଭାବନାମୟ ଅୟମାରମ୍ଭ

ସମ୍ଭାବନାମୟ ଅୟମାରମ୍ଭ

1 min
240


ଶୁଭପ୍ରଦ ହେଉ ସମୟର ନୂତନ ଅୟମାରମ୍ଭ

ଅଧରରେ ଚମକି ଉଠୁ ସ୍ମିତହାସ୍ୟ 

ଆଖି ହେଉ ସ୍ଵପ୍ନ ବିଭୋର

ଦୃଢ଼ ହେଉ ସତ୍ୟର ସ୍ୱର

ହୃଦୟ ହେଉ ଦୟା, କରୁଣାସିକ୍ତ

ସୃଷ୍ଟି ହେଉ ପ୍ରତି ପ୍ରାଣ ପାଇଁ ସ୍ନେହ ସହାନୁଭୂତି ଅନବରତ !!

ପ୍ରତି ଶରୀର ହେଉ ନିରୋଗ

ଦୁଃଖ ସୁଖ ସହିବାକୁ ଆତ୍ମଶକ୍ତି ପ୍ରଖର ହେଉ,

ପରସ୍ପର ପ୍ରତି ଅହେତୁକ ଭଲ ପାଇବା ଅତୁଟ ରହୁ !!

ଉତ୍ତମ ବୁଝାମଣାରେ ସମ୍ପର୍କର ସ୍ରୋତ ପ୍ରବାହମାନ ହେଉ

ହେ ସମୟ ! ତୁମେ ବଳବାନ...

ତୁମ ସାନ୍ନିଧ୍ୟରେ ସମଗ୍ର ଧରିତ୍ରୀ ସରସ ସୁନ୍ଦର ହେଉ !!

କର୍ତ୍ତବ୍ୟର ପରାକାଷ୍ଠାରେ ,

ପ୍ରତି ପ୍ରାଣ ଜାଗ୍ରତ ହେଉ !!

ତୁମ ଆଗମନ ଶାନ୍ତି ସମୃଦ୍ଧିର ପରିଚାୟକ ହେଉ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational